ଭାରତରେ ଚତୁର୍ଥ କରୋନା ଆକ୍ରନ୍ତଙ୍କ ମୃତ୍ୟୁ, ୭ ମାର୍ଚ୍ଚରେ ଜର୍ମାନୀରୁ ଇଟାଲୀ ଦେଇ ଭାରତକୁ ଫେରିଥିଲେ ବ୍ୟକ୍ତି ଜଣକ

କେନ୍ୟୁଜ୍(ବ୍ୟୁରୋ): ଭାରତରେ ଚତୁର୍ଥ କରୋନା ଆକ୍ରନ୍ତଙ୍କ ମୃତ୍ୟୁ । ସୂଚନା ଦେଇଛନ୍ତି  ପଞ୍ଜାବର ଜଣେ ବରିଷ୍ଠ ଅଧିକାରୀ। ମୃତକ ଜଣକ ପଞ୍ଜାବର ନଓ୍ୱା ସହର ଓ ତାଙ୍କ ବୟସ ୭୨ ବର୍ଷ ବୋଲି ଜଣା ପଡିଛି। ଦୁଇ ସପ୍ତାହ ହେବ ବ୍ୟକ୍ତି ଜଣକ ଇଟାଲୀ ଦେଇ ଜର୍ମାନରୁ ଫେରିଥିଲେ। ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବୟସ୍କ ବ୍ୟକ୍ତି ଜଣକ। ସ୍ନାତକୋତ୍ତର ଚିକିତ୍ସା ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନର ନିର୍ଦ୍ଦେଶକ ଜଗତ ରାମଙ୍କ କହିବା କଥା ହେଲ ମୃତକ ଜଣକ ମୁଧୁମେହ(ଡାଇବେଟିସ) ଓ ଉଚ୍ଚରକ୍ତଚାପରେ ପୀଡିତ ଥିଲେ । ଯେତେବେଳେ ବୟସ୍କ ବ୍ୟକ୍ତିଙ୍କ ରକ୍ତନମୁନା ପରୀକ୍ଷା କରିବାକୁ ଦିଆଗଲା ସେଥିରେ ତାଙ୍କର କରୋନା ପଜେଟିଭର ରିପୋର୍ଟ ଆସିଲା।

ସ୍ବାସ୍ଥ୍ୟ ଅଧିକାରୀ ସେହି ବୟସ୍କ ଲୋକଙ୍କ ମୃତ୍ୟୁର କାରଣ ଠିକ ଭାବେ କହିପାରୁନଥିବା ବେଳେ କେନ୍ଦ୍ର ସ୍ବସ୍ଥ୍ୟ ମନ୍ତ୍ରଣାଳୟ ଏହି ସମ୍ବନ୍ଧରେ କିଛି ବି ସୂଚନା ଦେଇନାହିଁ।  ଜିଲ୍ଲାର ସିଭିଲ ସର୍ଜନ କହିଛନ୍ତି ବ୍ୟକ୍ତି ଜଣକ ୭ ମାର୍ଚ୍ଚରେ ଜର୍ମାନୀରୁ ଇଟାଲୀ ଦେଇ ଭାରତକୁ  ଫେରିଥିଲେ।

Image result for corona death in india punjab

ବୁଧବାର ରାତିରେ ଆସିଥିଲା ରିପୋର୍ଟ

ଡ.ଭାଟିଆଙ୍କ ବହିବା ମୁତାବକ ପଞ୍ଜାବ ବାଙ୍ଗାର ଏହି ବ୍ୟକ୍ତି ଜଣକ ବୁଧବାର ଦିନ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା କହି ହସ୍ପିଟାଲ ଭର୍ତ୍ତି ହୋଇଥିଲେ ଓ ଡାକ୍ତର ତାଙ୍କୁ ଦେଖୁ ଦେଖୁ ସେ ବେହୋସ ହୋଇଗଲେ। ପରେ ତାଙ୍କର ମୃତ୍ୟୁ ହୋଇଗଲା। ଏହି ଘଟଣାକୁ ନେଇ ହସ୍ପିଟାଲର ନିର୍ଦ୍ଦେଶକ ଜଗତ ରାମ କହିଛନ୍ତି ଏହି ୭୨ ବର୍ଷୀୟ ବ୍ୟକ୍ତିଙ୍କ ରକ୍ତନମୁନା ପରୀକ୍ଷା କରିବା ପରେ ଜଣା ପଡିଥିଲା ସେ କରୋନା ଆକ୍ରାନ୍ତ ଥିଲେ। ଏହି ରିପାର୍ଟ ବୁଧବାର ଦିନ ରାତିରେ ଆସିଥିଲା।

ରାଜ୍ୟର ମୁଖ୍ୟ ଶାସନ ସଚିବ ଅନୁରାଗ ଅଗ୍ରୱାଲ କହିଛନ୍ତି ବ୍ୟକ୍ତି ଜଣକ କରୋନା ପଜେଟିଭ ବୋଲି ଯାଞ୍ଚପରେ ଜଣା ପଡିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ, ଦେଶର  ବିଭିନ୍ନ ଭାଗରେ ୧୮ ନୂଆ କେସ ସାମ୍ନାକୁ ଆସିବା ପରେ କରୋନା ଭାଇରସର ସମ୍ପୂର୍ଣ୍ଣ ଡାଟା ୧୬୯ ପହଞ୍ଚି ଯାଇଛି। ପଞ୍ଜାବରେ ଏହା ପୂର୍ବରୁ ଆଉ ଏକ ମାମଲା ପଞ୍ଜିକୃତ ହୋଇଥିଲା ଏହି ବ୍ୟକ୍ତି ଜଣଙ୍କର ମୃତ୍ୟୁ ପରେ ସାରା ବିଶ୍ବରେ କରୋନା ଭାଇରସ ୯୦୦୦ ମୁଣ୍ଡ ନେଇଗଲାଣି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.