କାର କିମ୍ବା ବାଇକ୍‌ ଚୋରି ହୋଇଥିଲେ ଏହି ୫ଟି ଉପାୟରେ ଅତି ସହଜରେ କରନ୍ତୁ ଇନସୁରାନ୍ସ କ୍ଲେମ୍‌

ଗାଡିର ଇନସୁରାନ୍ସ କେବଳ କୌଣସି ଦୁର୍ଘଟଣା ସ୍ଥିତିରେ ବହୁତ ସାହାଯ୍ୟକାରୀ ପ୍ରମାଣିତ ହୋଇଥାଏ ବରଂ ଗାଡି ଚୋରି ହୋଇଥିଲେ ମଧ୍ୟ ଆର୍ଥିକ କ୍ଷତିପୂରଣ କରିଥାଏ। ଅବଶ୍ୟ ବାହନ ଚୋରି ହେଲେ ଇନସୁରାନ୍ସ କ୍ଲେମ ପ୍ରକ୍ରିୟାକୁ ନେଇ ଲୋକେ ବହୁତ ସମସ୍ୟାରେ ସମ୍ମୁଖୀନ ହୁଅନ୍ତି। ଏମିତି ଏଥିପାଇଁ ହୋଇଥାଏ କାରଣ ସଠିକ୍‌ କାଗଜପତ୍ର ନଥିବା ଏବଂ ସମ୍ପୂର୍ଣ୍ଣ ପ୍ରସେସର ସୂଚନା ନଥିବା କାରଣରୁ ଏମିତି ସ୍ଥିତି ଦେଖିବାକୁ ମିଳିଥାଏ। ତେବେ ଆସନ୍ତୁ ଜାଣିବା କେମିତି ଗାଡି ଚୋରି ହେଲେଇନସୁରାନ୍ସ କ୍ଲେମ କରିପାରିବେ।

car choriତୁରନ୍ତ ରୁଜୁ କରନ୍ତୁ ଏଫଆଇଆର :

ବାହନ ଚୋରି ବା ଗାଡି ଚୋରି ହେବା ପରେ ବିନା କୌଣସି ସମୟ ନଷ୍ଟ କରି ସର୍ବପ୍ରଥମେ ଆପଣ ନିକଟସ୍ଥ ପୋଲିସ ଥାନାକୁ ଯାଇ ଘଟଣାର ଏଫଆଇଆର ରୁଜୁ କରାଇବା ଉଚିତ। କାହିଁକିନା ପରବର୍ତ୍ତୀ ପ୍ରକ୍ରୀୟା ପାଇଁ ଏହି ଏଫଆଇଆର ସବୁଠୁ ବଡ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ହୋଇଥାଏ।

କ୍ଲେମ୍‌ ପାଇଁ ଫର୍ମ ଭରନ୍ତୁ :

insuranceପୋଲିସ ଥାନାରେ ରିପୋର୍ଟ କରିବା ପରେ ବୀମା ଧାରକକୁ ତୁରନ୍ତ ଇନସୁରାନ୍ସ କମ୍ପାନୀର କଷ୍ଟମର ସର୍ଭିସ ସେଣ୍ଟରକୁ କଲ୍‌ କରିବା ଉଚିତ ଏବଂ କ୍ଲେମ ଫର୍ମ ଭରିବା ଉଚିତ। ଏହି ଫର୍ମରେ ଆପଣ ପଲିସି ନମ୍ବର, ବାହନର ସମ୍ପୂର୍ଣ୍ଣ ବିବରଣୀ ଭରିବାକୁ ହେବ। ଏହାଛଡା ଗାଡି ଚୋରି ହୋଇଥିବା ଘଟଣାର ଦିନ ବା ବାର, ସମୟର ବି ପୂରା ସୂଚନା ରହିବା ଆବଶ୍ୟକ।

ଏହି କାଗଜପତ୍ର ଥିବା ନିହାତି ଜରୁରୀ :

bikeଭଲ ଭାବରେ ପୂର୍ଣ୍ଣ ହୋଇଥିବା ଫର୍ମ, ଗାଡିର ରେଜିଷ୍ଟ୍ରେସନ ସାର୍ଟିଫିକେଟ, ଡ୍ରାଇଭିଂ ଲାଇସେନ୍ସ, ପଲିସି ଡକ୍ୟୁମେଣ୍ଟ, ଏଫଆଇଆରର କପି ଏବଂ ଆରଟିଓକୁ ଚୋରିର ବିବରଣୀ ଦେଇଥିବା ଲେଟର ଇନସୁରାନ୍ସ କମ୍ପାନୀକୁ ଦେବାକୁ ହେବ।

କେମିତି ହେବ ସେଟଲମେଣ୍ଟ :

ଯେତେବେଳେ ପୋଲିସ୍‌ ଥରେ ଏହାକୁ ନେଇ ତଦନ୍ତ କରିବା ପରେ ନନଟ୍ରେସେବଲ୍‌ ରିପୋର୍ଟ ଜମା କରିବ ସେତେବେଳେ ଆପଣଙ୍କୁ ନିଜ ଗାଡିର ଆରସି ବୀମା କମ୍ପାନୀକୁ ହସ୍ତାନ୍ତର କରିବାକୁ ହେବ। ଏହାଛଡା ଗାଡିର ଚାବି କମ୍ପାନୀକୁ ଦେବାକୁ ହେବ।

car keyଆପ୍ରୁଭାଲ ପରେ ୭ ଦିନରେ ଆସିବ ଟଙ୍କା :

ବୀମାଧାରକଙ୍କୁ କମ୍ପାନୀକୁ ରିପାୟର ଇନଭଏସ ଦେବାକୁ ହେବ। ଏହାପରେ ସର୍ଭେୟରର ରିପୋର୍ଟ ଆଧାରରେ ୭ ଦିନ ଭିତରେ ହିଁ ବୀମା ରାଶି ଆକାଉଣ୍ଟରେ ଆସିଯିବ।

car insurance claimଏହି କଥାକୁ ନିଶ୍ଚୟ ରଖନ୍ତୁ ଧ୍ୟାନରେ :

ଘଟଣାର ତୁରନ୍ତ ପରେ ଆପଣଙ୍କୁ ରୋଡ୍‌ ଟ୍ୟାକ୍ସ ଅଫିସରରୁ ଡୁପଲିକେଟ୍‌ ଆରସି ନେବାକୁ ହେବ। ଏହାଛଡା ଯଦି ଗାଡିରେ ଲୋନ୍‌ ବାକି ଥିବ ତେବେ ବୀମା ଟଙ୍କାକୁ ପ୍ରଥମେ ଦେବାକୁ ହେବ। ଏହାପରେ ମଧ୍ୟ ଯଦି ଲୋନ୍‌ ରାଶି ରହିଯାଏ ତେବେ ତାହାର ବହନ ବୀମାଧାରକକୁ ହିଁ କରିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.