Below header

ବନ୍ଧା ହେଲେ ବ୍ରିଟେନ ଅଧିବାସୀ, କେରଳରେ ବିକୁଥିଲେ ଆଣ୍ଟି କରୋନା ଭାଇରସ ଡ୍ରିଙ୍କ୍ସ

କରୋନା ଭାଇରସ କବଳରୁ ମୁକ୍ତି ପାଇବା ପାଇଁ ସୋସିଆଲ୍‌ ମିଡିଆ ବିଭିନ୍ନ ପ୍ରକାର ସାଧନ ବିଷୟରେ ଖବର ପ୍ରସାର ହେବାରେ ଲାଗିଛି । ଯଦିଓ ଏଥିପାଇଁ କୈାଣସି ଆଧୁନିକ ଔଷଧ ବିକଶିତ ହୋଇନାହିଁ । କିନ୍ତୁ ବିଭିନ୍ନ ବ୍ୟକ୍ତି ଏହାକୁ ଭଲ କରିବାକୁ ଔଷଧ ବିକଶିତ କରିଥିବା ଦାବି କରୁଛନ୍ତି ।

କେହି କେହି ହୋମିଓପାଥି ଦ୍ୱାରା ଭଲ କରିବା କଥା କହୁଥିବା ବେଳେ ଆଉ କେହି ଆୟୁର୍ବେଦ ମାଧ୍ୟମରେ ଭଲ କରିବାକୁ ଦାବି କରୁଛନ୍ତି । ନିକଟରେ ଜଣେ ବ୍ୟକ୍ତି ଗୋବର ଓ ଗୋମୁତ୍ରରେ ଗାଧୋଇଲେ କରୋନାରୁ ମୁକ୍ତି ମିଳିବ ବୋଲି ଦାବି କରିଥିବା ବେଳେ ଗୋବର ବିକି ଜଣେ ଗିରଫ ହୋଇଥିବା ଜଣାଯାଇଛି ।

kerala

ତେବେ ଏଥିପାଇଁ କୈାଣସି ବିଜ୍ଞାନ ସମ୍ମତ ତଥ୍ୟ ପ୍ରକାଶ ପାଇନାହିଁ । ନିକଟରେ କେରଳର ଭରକାଲାରେ କଫି ହାଉସ୍‌ ଚଳାଉଥିବା ଜଣେ ବ୍ରିଟେନ ଅଧିବାସୀ ଆଣ୍ଟି କରୋନା ଭାଇରସ୍‌ ଜୁସ୍‌ ବିକି ଗିରଫ ହୋଇଛନ୍ତି ।

ସେ ଅଦା ଓ ଲେମ୍ବୁ ରସରେ ଜୁସ୍‌ ତିଆରି କରି ଏହାକୁ ଗ୍ଲାସ୍‌ ପ୍ରତି ୧୫୦ ଟଙ୍କାରେ ବିକୁଥିଲେ । ଏହି ଘଟଣା ପ୍ରଘଟ ହେଲା ପରେ ଜିଲ୍ଲା ପ୍ରଶାସନ ଉକ୍ତ ବ୍ରିଟେନ ଅଧିବାସୀଙ୍କୁ ଗିରଫ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.