Below header

ପିଲାପିଲି ନହେଉଥିବାରୁ ଅଧରାତିରେ ଧାରଣାରେ ବସିଲେ ଦମ୍ପତ୍ତି, ଅଭିଯୋଗ ଥିଲା କିଛି ଏପରି

ଆଜି ଆମେ ଆପଣଙ୍କୁ ଏପରି ଏକ ହାଇ ଭୋଲ୍ଟେଜ ଡ୍ରାମା ବିଷୟରେ କହିବାକୁ ଯାଉଛୁ ଯାହାକି ବିବାହର ୭ ବର୍ଷ ପରେ ଘଟିଥିଲା । ତେବେ ଘଟଣାଟି ଘଟିଛି ଉତ୍ତରପ୍ରଦେଶରେ । ଏହା ଏପରି ଏକ ଘଟଣା ଯାହା ବିଷୟରେ ଶୁଣିବା ମାତ୍ରେ ଆପଣ ସ୍ତବ୍ଧ ହୋଇଯିବେ । ଏଠାରେ ଏକ ଦମ୍ପତ୍ତିଙ୍କର ବିବାହର ୭ ବର୍ଷ ପରେ ମଧ୍ୟ କୌଣସି ପିଲାପିଲି ନହେବାରୁ ସେମାନେ ରାତିଅଧରେ ମଝି ରାସ୍ତାରେ ଧାରଣାରେ ବସିଯାଇଥିଲେ । ତେବେ ସେମାନେ କୌଣସି ଲୋକ କିମ୍ବା କୌଣସି ଅଧିକାରୀଙ୍କୁ ନୁହେଁ ବରଂ ଭଗବାନଙ୍କ ନିକଟରେ ଧାରଣାରେ ବସିଛନ୍ତି ବୋଲି କହିଥିଲେ ।

ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶର ସହାରଣପୁର ଜିଲ୍ଲାର ଅଙ୍କିତ କୁମାର ଗୁପ୍ତା ଓ ତାଙ୍କ ପତ୍ନୀ ରାତି ଅଧାରେ ରାସ୍ତା ମଝିରେ ଧାରଣାରେ ବସିଯାଇଥିଲେ । ସକାଳ ହେବାମାତ୍ରେ ଲୋକେ ତାଙ୍କୁ ଦେଖି ଭିନ୍ନ ଭିନ୍ନ ପ୍ରକାରର ଆଲୋଚନା କରିବା ଆରମ୍ଭ କରିଦେଇଥିଲେ । ସେମାନଙ୍କ ମଧ୍ୟରୁ କିଛି ଲୋକ ଆସି ତାଙ୍କୁ କହିଥିଲେ ଯେ ‘ଏହା ମଣିଷ ହାତରେ ନାହିଁ ସବୁ ଭଗବାନଙ୍କ ଇଛା’ । ଏପରି କହି ସେମାନେ ଦମ୍ପତ୍ତିଙ୍କ ବୁଝାଇ ରାସ୍ତାରୁ ଉଠିଯିବା ପାଇଁ ଅନୁରୋଧ କରିଥିଲେ କିନ୍ତୁ ଅଙ୍କିତଙ୍କ ପତ୍ନୀ କାହାରି କଥା ଶୁଣିନଥିଲେ । ତେବେ ଏସବୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ ।

ପୋଲିସ ଆସିବା ପରେ ଅଙ୍କିତଙ୍କ ପତ୍ନୀ କହିଥିଲେ ଯେ ବିବାହର ସାତ ବର୍ଷ ପରେ ମଧ୍ୟ ତାଙ୍କର କୌଣସି ପିଲାପିଲି ହୋଇପାରିନାହିଁ । ଯେଉଁ କାରଣରୁ ଶାଶୂଘର ଲୋକେ ତାଙ୍କୁ ବହୁତ ଗାଳି ଗୁଲଜ କରିଥାନ୍ତି । ଏହାସହିତ ଅପଶବ୍ଦ ମଧ୍ୟ ପ୍ରୟୋଗ କରିଥାନ୍ତି । କେବଳ ସେତିକି ନୁହେଁ ତାଙ୍କ ସ୍ୱାମୀଙ୍କର ଦ୍ଵିତୀୟ ବିବାହ କରାଇଦେବେ ବୋଲି ଧମକ ମଧ୍ୟ ଦେଇଥାନ୍ତି । ତେବେ ଏସବୁ ଶୁଣିବା ପରେ ପୋଲିସ ପ୍ରଥମେ ଅଙ୍କିତଙ୍କ ପରିବାର ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା । ତାସହିତ ଆଗକୁ ଏପରି କଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ ଏବଂ ଉକ୍ତ ଦମ୍ପତ୍ତିଙ୍କୁ ବହୁତ ବୁଝାସୁଝା ପରେ ଅନଶନରୁ ଉଠାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.