Below header

ଘରେ ବସି ସଲମାନ ଖାନ ଆଙ୍କିଲେ ମୁଁହ ଢାଙ୍କିଥିବା ମହିଳା ଓ ପୁରୁଷର ସ୍କେଚ, ସଂସ୍କୃତି ବିଷୟରେ କହିଲେ ଏମିତି କଥା

କରୋନା ଭାଇରସ ଲକଡାଉନ ଭିତରେ ସୁପରଷ୍ଟାର ସଲମାନ ଖାନ ଘରେ ରହି ନିଜ ହବି ଅଭ୍ୟାସ କରୁଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ସ୍କେଚ କରୁଥିବା ନଜର ଆସୁଛନ୍ତି। ଭିଡ଼ିଓ ଆରମ୍ଭରେ ସଲମାନ କହୁଛନ୍ତି, ‘ଆମେ ଯେଉଁଭଳି କପଡା ପିନ୍ଧୁଛୁ, ତାହା ଆମ ସଂସ୍କୃତିର ସବୁଠାରୁ ଭଲ ଦାନ ଅଟେ’।

 

View this post on Instagram

 

A post shared by Salman Khan (@beingsalmankhan) on

ସ୍କେଚରେ ସେ ଜଣେ ମହିଳା ଓ ଜଣେ ପୁରୁଷକୁ କଳା କପଡ଼ାରେ ଦେଖାଇଛନ୍ତି। ଏଥିରେ ପୁରୁଷର ମୁଣ୍ଡ ଓ ମୁଁହ ଢାଙ୍କି ହୋଇ ରହିଥିବା ବେଳେ ମହିଳାର ମୁଁହର କିଛି ଅଂଶ ଢାଙ୍କି ହୋଇଥିବା ଦେଖିବାକୁ ମିଳିଛି। ଅନୁମାନ କରାଯାଉଛି, କରୋନା ଯୋଗୁ ଲୋକେ କିପରି ନିଜକୁ ମାସ୍କ ଏବଂ ଗ୍ଲୋଭସରେ କଭର କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.