Below header

କରୋନା ଯୋଗୁ ନିଜ ବିବାହ ତାରିଖ ଘୁଞ୍ଚାଇଦେଲେ ବି-ଟାଉନର ୨ ଫେମସ କପଲ, ବର୍ଷ ଶେଷରେ ବାଜିବ ସାହାନାଇ

କରୋନା ଭାଇରସ ଯୋଗୁ ଏବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଲକଡାଉନ ଚାଲିଛି। ଫିଲ୍ମ ଏବଂ ଟିଭି ଶୋର ଶୁଟିଂ ବନ୍ଦ କରିଦିଆଯାଇଛି। ଏହାରି ଭିତରେ ଦୁଇଜଣ ଫେମସ କପଲ ମଧ୍ୟ ନିଜ ବିବାହ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ଏହି ଦୁଇ ଯୋଡ଼ି ହେଲେ ବରୁଣ ଧବନ ଓ ନତାଶା ଦଲାଲ ଏବଂ ରୁଚା ଚଢ଼ା ଓ ଅଲି ଫଜଲ।

 

View this post on Instagram

 

Happy diwali 👷‍♂️👩🏻‍⚕️

A post shared by Varun Dhawan (@varundvn) on

ଖବର ଅନୁସାରେ, ବରୁଣ ଓ ନତାଶାଙ୍କ ବିବାହ ମେ ରେ ଏବଂ ରୁଚା ଓ ଅଲିଙ୍କ ବିବାହ ଅପ୍ରିଲରେ ହୋଇଥାନ୍ତା। କିନ୍ତୁ ଏହି ଦୁଇ ବହୁ ପ୍ରତୀକ୍ଷିତ ବିବାହ ବର୍ତ୍ତମାନ ଘୁଞ୍ଚିଯାଇଛି। ବରୁଣଙ୍କ ବିବାହ ଥାଇଲାଣ୍ଡରେ ହେବାର ଥିଲା। ପରେ ତାକୁ ଯୋଧପୁର ସିଫ୍ଟ କରାଯାଇଥିଲା। ଶେଷରେ ମୁମ୍ବାଇରେ କରାଯିବାକୁ ସ୍ଥିର ହୋଇଥିଲା। କିନ୍ତୁ ଏବେ ବିବାହକୁ ନଭେମ୍ବର ପର୍ଯ୍ୟନ୍ତ ଟାଳି ଦିଆଯାଇଛି। ସମ୍ଭବତଃ ଏହା ଥାଇଲାଣ୍ଡରେ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.