Below header

ରାଜ୍ୟସଭାରୁ ସସପେଣ୍ଡ୍ ହେଲେ ସାଂସଦ ଶାନ୍ତନୁ ସେନ୍, ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ ଛଡ଼ାଇଥିଲେ ପେପର୍‌

ନୂଆଦିଲ୍ଲୀ: ଶାନ୍ତନୁ ସେନ୍‌ ସସ୍‌ପେଣ୍ଡ । TMC ସାଂସଦ ସାନ୍ତନୁ ସେନ୍‌ ରାଜ୍ୟସଭାରୁ ସସ୍‌ପେଣ୍ଡ ହୋଇଛନ୍ତି । ମୌସୁମୀ ଅଧିବେଶନ ଶେଷ ପର୍ଯ୍ୟନ୍ତ ସାନ୍ତନୁ ସେନ୍‌ ସସ୍‌ପେଣ୍ଡ । କାଲି IT ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ ଛଡ଼ାଇଥିଲେ ପେପର୍‌ । ଗତ ତିନି ଦିନ ଧରି ସଂସଦରେ ପେଗାସସ୍‌କୁ ନେଇ ଝଡ଼ ସୃଷ୍ଟି ହେଉଥିଲା । ଗୃହକୁ ଅଚଳ କରି ଦେଇଥିଲା ଇସ୍ରାଏଲୀ ସ୍ପାଏେଓ୍ଵର । ଲଗାତର ୩ ଦିନ ଧରି ଉଭୟ ରାଜ୍ୟସଭା ଓ ଲୋକସଭାରେ ଚାଲିଛି ହାଇଡ୍ରାମା ।

rajya-sabha

ସୂଚନା ଅନୁସାରେ ,ପ୍ରଥମ ଦିନ ମୋଦିଙ୍କୁ କୁହାଇ ଦେଇ ନଥିଲେ ବିରୋଧୀ । ଗତକାଲି ରାଜ୍ୟସଭାରେ ବିବୃତ୍ତି ପୂରା କରିପାରିଲେନି ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ତାଙ୍କ ହାତରୁ କାଗଜ ଟାଣି ନେଇ ଚିରିଦେଲେ ବିରୋଧୀ। ପେଗାସସ୍‌ ଉପରେ ମନ୍ତ୍ରୀ ବିବୃତ୍ତି ରଖିବା ବେଳେ କାଗଜ ଛଡ଼ାଇ ନେଇଥିଲେ ତୃଣମୂଳ ସାଂସଦ ଶାନ୍ତନୁ ସେନ୍‌ । ଆଉ ଟୁକୁଡ଼ା ଟୁକୁଡ଼ା କରି ରାଜ୍ୟସଭା ଉପାଧ୍ୟକ୍ଷଙ୍କ ଆଡ଼କୁ ଫିଙ୍ଗିଦେଇଥିଲେ। ପରେ ଏପରି କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.