Below header

ମହାରାଷ୍ଟ୍ରରେ ବର୍ଷା ବିତ୍ପାତ ! ପ୍ରବଳ ପାଣିରେ ଲ୍ୟାଣ୍ଡସ୍ଲାଇଡ୍‌ ସହ ଭୁଷୁଡିଲା ଘର

ମହାରାଷ୍ଟ୍ର(କେନ୍ଯୁଜ୍): ମହାରାଷ୍ଟ୍ରରେ ବର୍ଷା ବିତ୍ପାତ । କୋହ୍ଲାପୁର, ରାୟଗ଼ଡ଼, ରତ୍ନଗିରି, ପାଲଘର, ଠାଣେ ଓ ନାଗପୁର ସହରର କିଛି ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି। ପ୍ରବଳ ପାଣି ଆସି କିଛି ସ୍ଥାନରେ ଲ୍ୟାଣ୍ଡସ୍ଲାଇଡ୍‌ ହେବା ସହ ଘର ଭୁଷୁଡି ପଡିଛି। କିଛି ଲୋକଙ୍କ ମୃତ୍ୟୁ ହେବା ସହ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛି NDRF ଟିମ୍‌। କେଉଁଠି ଘର ବୁଡ଼ି ଯାଇଛି ତ କେଉଁଠି ରାସ୍ତା ବୁଡ଼ି ଯାଇଛି । କେଉଁଠି ଗାଡ଼ିମୋଟର ବୁଡ଼ି ଯାଇଛି । ରତ୍ନଗିରି ଓ ରାଇଗଡ଼ ଜିଲ୍ଲାରେ ବିପଦ ସଂକେତ ଉପରେ ନଦୀ ପ୍ରବାହିତ ହେଉଛି। ରେଳ ଚଳାଚଳ ସଂପୂର୍ଣ୍ଣ ରୂପ ବାଧାପ୍ରାପ୍ତ ହୋଇଛି । ଅନେକ ଟ୍ରେନ୍‌ ବାତିଲ କରି ଦିଆଯାଇଛି । ଲଗାଣ ବର୍ଷା ଫଳରେ ପୂରା କୋଙ୍କଣ ଅଞ୍ଚଳ ପାଣି ଘେରରେ ରହିଛି । ମୁମ୍ବାଇ, କୋଙ୍କଣ ଓ ଆଖପାଖ ଅ଼ଞ୍ଚଳରେ ପାଣିପାଗ ବିଭାଗ ପକ୍ଷରୁ ତିନି ଦିନ ପାଇଁ ରେଡ ଆଲର୍ଟ ଜାରି କରାଯାଇଛି। ଶହ ଶହ ଲୋକଙ୍କୁ ପାଣି ଘେରରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.