Below header

ଆଜି ମୃତ ସୌମ୍ୟ ରଞ୍ଜନଙ୍କ ଏକାଦଶାହ, ଏପଟେ DFO ସଂଗ୍ରାମ କେଶରୀ ବେହେରାଙ୍କୁ ଗୁଡେଇ ତୁଡେଇ ଚାଲିଛି ଜେରା

ପାରଳାଖେମୁଣ୍ଡି(କେନ୍ଯୁଜ୍): ପାରଳାଖେମୁଣ୍ଡି ACF ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ DFO ସଂଗ୍ରାମ କେଶରୀ ବେହେରାଙ୍କୁ ଘନ ଘନ ଜେରା। ପାରଳାଖେମୁଣ୍ଡି ପୋଲିସ DFOଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ ଗୁଡେଇ ତୁଡେଇ ଜେରା କରୁଛି। କ୍ରାଇମବ୍ରାଞ୍ଚ ଟିମ୍‌ ମଧ୍ୟ ପଚରାଉଚରାରେ ସାମିଲ ଅଛି।

ପୋଲିସ ଓ କ୍ରାଇମବ୍ରାଞ୍ଚ ମିଳିତ ଭାବେ ଜେରା କରୁଛି। ସୌମ୍ୟଙ୍କ ମୃତ୍ୟୁ ପରେ DFOଙ୍କ ନାଁରେ ଅଭିଯୋଗ କରିଥିଲେ ପରିବାର ଲୋକେ। ଏନେଇ ଥାନାରେ ଏତଲା ଦିଆଯାଇଥିଲା। ଏତଲା ଆଧାରରେ DFOଙ୍କୁ ପଚରାଉଚରା କରିବ ପୋଲିସ। ପତ୍ନୀ ବିଦ୍ୟାଭାରତୀଙ୍କ ସହ ତାଙ୍କର ସମ୍ପର୍କ ଥିବା ନେଇ ଅଭିଯୋଗ ହୋଇଥିଲା। ଗତକାଲି କ୍ରାଇମବ୍ରାଞ୍ଚ ଟିମ୍‌ ଓ ପୋଲିସ ସୋମ୍ୟଙ୍କ ସରକାରୀ ବାସଭବନରେ ପହଞ୍ଚି ତଦନ୍ତ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.