Below header

ବଲିଉଡ୍‌ର ଗରମା ଗରମ ଖବର, ସୁମୋନା ଛାଡ଼ି ଦେଲେଣି କପିଲ ଶର୍ମା ସୋ

ମୁମ୍ବାଇ: ହସିବେ ଆଉ ହସାଇବେ । ଯାହାର ଅପେକ୍ଷାରେ ରହିଥିଲେ ଆପଣମାନେ ପୁଣିଥରେ ପରଦାକୁ ଆସିବେ ସେମାନେ । ହଁ ଆମେ କହୁଛୁ ଫେମସ କମେଡି ସୋ କଥା । ଖୁବ ହସିବେ ଦର୍ଶକ ଯାହାଙ୍କୁ ହସାଇବେ କମେଡି କିଙ୍ଗ କପିଲ । ରିଲିଜ ହୋଇଛି ଦ କପିଲ ଶର୍ମା କମେଡି ସୋ ପ୍ରମୋ । ତାଙ୍କ ଟିମ୍‌ଙ୍କ ସହ ପୁଣିଥରେ ନଜର ଆସିବେ କମେଡି ରାଜା । ହେଲେ ସୋ’ର ରାଜାଙ୍କ ରାଣୀ କିନ୍ତୁ ଆସୁ ନାହାନ୍ତି ନଜର । କାହିଁକି ନା ସେ ପ୍ରମୋରେ ନାହାନ୍ତି ।

ଦୁନିଆକୁ ହସି ହସି କନ୍ଦେଇବା ସୋ’କୁ ଅଲବିଦା କହିଲେ ସୁମୋନା ଚକ୍ରବର୍ତ୍ତୀ । ଆମେ ସୋ’ର ଭୂମିଙ୍କ କଥା ହିଁ କହୁଛୁ , ହେଲେ କାହିଁକି ସେ ସୋ ଛାଡିଲେ ? ଫେମସ କମେଡି ସୋ ଦ କପିଲ ଶର୍ମା -୨ରେ ବହୁତ ଜଲ୍ଦି କପିଲ ନିଜ ଟିମ ସହ ନଜର ଆସିବେ । ଏବେ ଏବେ ସୋର ପ୍ରମୋ ରିଲିଜ ହୋଇଛି । ହେଲେ ସୁମୋନାଙ୍କୁ ଦେଖିବାକୁ ମିଳିବନି ବୋଲି କୁହାଯାଉଛି । ସେ କୁଆଡ଼େ ସୋ ଛାଡି ସାରିଛନ୍ତି । ସୁମୋନାଙ୍କର ସୋ ଛାଡିବାକୁ ନେଇ ତାଙ୍କ ଫ୍ୟାନ୍ସମାନେ ନିରାଶ ହୋଇଛନ୍ତି । କାହିଁକି ନା ଏହି ସୋ’ରେ ସେ ଖୁବ ହସାଉଥିଲେ ।

 

sumona

ଯଦି ଏକଥା ସତ, ତେବେ ସୋର ମଜା କିଛିଟା କମିବ ନିଶ୍ଚୟ । ଏହି ସୋ’ରେ କପିଲ ଶର୍ମା ସବୁବେଳେ ତାଙ୍କର ମଜାକ ଉଡ଼ାଇଥାନ୍ତି ହେଲେ ପ୍ରକୃତ କଥା ହେଉଛି ସୁମୋନା ଏଥିରେ ନିଜ ଚରିତ୍ର ପାଇଁ ମୋଟା ଅଙ୍କର ଟଙ୍କା ମଧ୍ୟ ନେଇଥାନ୍ତି । ସୂଚନା ରହିଛି ଯେ ସୁମୋନା ଗୋଟେ ଏପିସୋଡ ପାଇଁ ୨ରୁ ୩ଲକ୍ଷ ଟଙ୍କା ନେଇଥାନ୍ତି । ଏକ ସପ୍ତାହ ପାଇଁ ତାଙ୍କୁ ମିଳେ ୪ରୁ ୬ ଲକ୍ଷ ଟଙ୍କା । ଯେତେବେଳେ ଅନ୍ୟ କଳାକାରମାନେ ପ୍ରତି ଏପିସୋଡ ପାଇଁ ୫ଲକ୍ଷରୁ ଅଧିକ ଡିମାଣ୍ଡ କରିଥାନ୍ତି ସେଠି ସୁମୋନା ତାଙ୍କ ପ୍ରାପ୍ୟରେ ଖୁସି ରୁହନ୍ତି । ତାଙ୍କର କହିବା କଥା ସେ ଯେତିକି କାମ କରୁଛନ୍ତି ତା ତୁଳନାରେ ସେ ଭଲ ପାରିଶ୍ରମିକ ପାଉଛନ୍ତି ।
ହେଲ ଏବେ କାହିଁକି ସୁମୋନା ନାହାନ୍ତି ପ୍ରମୋରେ ? କାରଣ କଣ ? ସେ ଯାହା ବି ହେଉ ସୁମୋନାଙ୍କୁ ଅଡିଆନ୍ସ ବେଶ ପସନ୍ଦ କରନ୍ତି । ସୋସିଆଲ ମିଡିଆରେ ସୁମୋନାଙ୍କ ଫ୍ୟାନ୍ସ ଫଲୋଅର୍ସ ମଧ୍ୟ ବହୁତ ଅଧିକ । ଅନ୍ୟପଟେ ସୁମୋନା ତାଙ୍କ ବୋଲ୍ଡନେସ ପାଇଁ ବି ଚର୍ଚ୍ଚାରେ ରହିଥାନ୍ତି । ଏହି ସୋ’ ବାହାରେ ତାଙ୍କ ହଟ୍‌ ଅନ୍ଦାଜ ସୋସିଆଲ ମିଡିଆରେ ସବୁ ବେଳେ ଦେଖିବାକୁ ମିଳେ । ଏହା ସହ ଆପଣଙ୍କୁ କହି ରଖୁଛୁ କି ସୁମୋନା ଏହି ସୋ’ର ସବୁଠୁ ପୁରୁଣା କଳାକାର ମାନଙ୍କମଧ୍ୟରୁ ଜଣେ । କମେଡି ସର୍କସରେ ମଧ୍ୟ ଥିଲେ ସୁମୋନା । ଅନ୍ୟପଟେ କପିଲ ଶର୍ମା ସୋ’ରେ ସୁମୋନା ତାଙ୍କ ଅନ୍ଦାଜ, ଡ୍ୟାନ୍ସ , ଡାଏଲଗ୍ସ , ଏଣ୍ଟ୍ରି ଟାଇମିଙ୍ଗରେ ଅଡିଆନ୍ସଙ୍କର ଖୁବ ମନୋରଞ୍ଜନ କରନ୍ତି । ତା ସହ ଅଡିଆନ୍ସ ବି ତାଙ୍କୁ ଖୁବ ପସନ୍ଦ କରନ୍ତି । ଏମିତିକି କପିଲଙ୍କ ସୋ’ରେ ସୁମୋନାଙ୍କ ରହିବା ପଛରେ ଏକ ପ୍ରମୁଖ କାରଣ ଥିବା ମଧ୍ୟ କୁହାଯାଉଥିଲା । ଏବେ ଯଦି ସେ ନାହାନ୍ତି, ତା ପଛରେ ବି କିଛି କାରଣ ଥିବ । ପୂର୍ବରୁ ଡକ୍ଟର ଓ ଗୁଥି ଭୂମିକାରେ ଅଭିନୟ କରୁଥିବା ସୁନୀଲ ଗ୍ରୋଭର କପିଲଙ୍କ ସହ ମନାନ୍ତର ପରେ ସୋ’ ଛାଡ଼ିଥିଲେ ।

ତେବେ ନିକଟରେ ସୁମୋନା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି । ପୋଷ୍ଟରେ ସେ ଏପରି କିଛି ଲେଖିଛନ୍ତି ଯାହାକୁ ନେଇ ସେ ଛାଡୁଥିବା କଥା ଟିକେ ସତ ଭଳି ଲାଗୁଛି । ସୁମୋନା ଲେଖିଛନ୍ତି, ‘‘ଅଗର ଆପ କିସି ଚୀଜ କୋ ଏକ ପ୍ରପର ଚାନ୍ସ ନେହି ଦେତେ ହୈ ତୋ, ଆପ ୟେ କଭି ନହି ଜାନ ପାଏଙ୍ଗେ କି ବୋ ଆପକେ ଲିଏ ହୈ ୟା ନହି… ଚାହେ ୱୋ ରିସ୍ତା ହୋ, ନୈ ନୋକରି ହୋ, ନୟା ସହର ହୋ ୟା ନୟା ଅନୁଭବ ହୋ, ଅପନେ ଆପକୋ ଇସମେଁ ପୁରୀ ତରହ ସେ ଝାଙ୍କଦେ ଅର୍ ନା ହଟେ’’ । ମାତ୍ର ଶୋ’ର ମେକର୍ସ ଏବଂ ସୁମନଙ୍କ ପକ୍ଷରୁ ଏହାକୁ ନେଇ ଅଫିସିଆଲ କୌଣସି କମେଣ୍ଟ ସାମ୍ନାକୁ ଆସିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.