Below header

ଅଗଷ୍ଟ ମାସରେ ୧୫ ଦିନ ରହିବ ବ୍ୟାଙ୍କ୍‌ ବନ୍ଦ, ଜାଣନ୍ତୁ କେଉଁ ଦିନ କେଉଁ ଛୁଟି

ନୂଆଦିଲ୍ଲୀ : ଅଗଷ୍ଟ ମାସରୁ ଦେଶରେ ପର୍ବ ପର୍ବାଣୀ ଆରମ୍ଭ ହୋଇଯାଇଥାଏ । ପର୍ବ ଦିନରେ ବ୍ୟାଙ୍କ ତ ବନ୍ଦ ରହିଥାଏ । ହେଲେ ଅନ୍ୟ କେତକ କାରଣରୁ ମଧ୍ୟ ଅଗଷ୍ଟ ମାସରେ ବ୍ୟାଙ୍କର ଅତିରିକ୍ତ ଛୁଟି ହେବାକୁ ଯାଉଛି । ତେଣୁ ଯଦି ବ୍ୟାଙ୍କରେ ଅଧିକ କାମ ଥାଏ ଯଥା ଶୀଘ୍ର ଏହାକୁ କରାଇ ନିଅନ୍ତୁ । କାରଣ ଅଗଷ୍ଟ ମାସରେ ପ୍ରାୟ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ଜଣାପଡ଼ିଛି । ଆରବିଆଇ ପକ୍ଷରୁ ଜାରି ହୋଇଥିବା ଛୁଟି ତାଲିକ ଅନୁଯାୟୀ, ପ୍ରତିମାସର ରବିବାର ଓ ଦ୍ୱିତୀୟ ଶନିବାରକୁ ଛାଡି କରି ଅଗଷ୍ଟ ମାସରେ ଅତିରିକ୍ତ ୮ ଦିନ ବ୍ୟାଙ୍କ ବନ୍ଦ ରହିବ । ଜାଣନ୍ତୁ ଛୁଟି ତାଲିକା –

୧ ଅଗଷ୍ଟ – ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ ।

୮ ଅଗଷ୍ଟ – ରବିବାର ପାଇଁ ବନ୍ଦ ରହିବ ବ୍ୟାଙ୍କ୍‌ ।

୧୩ ଅଗଷ୍ଟ- ଶହିଦ ଦିବସ ପାଇଁ ଇମ୍ଫାଲ ଜୋନରେ ବନ୍ଦ ରହିବ ବ୍ୟାଙ୍କ୍‌ ।

୧୪ ଅଗଷ୍ଟ – ଦ୍ୱିତୀୟ ଶନିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ ।

୧୫ ଅଗଷ୍ଟ – ସ୍ୱତନ୍ତ୍ରତା ଦିବସ ପାଇଁ ବ୍ୟାଙ୍କ ଛୁଟି ।

୧୬ ଅଗଷ୍ଟ – ପାରସୀ ନବବର୍ଷ ପାଇଁ ମହାରାଷ୍ଟ୍ର ବେଲାପୁର, ମୁମ୍ବାଇ ଓ ନାଗପୁର ଜୋନରେ ବ୍ୟାଙ୍କ୍‌ ବନ୍ଦ ରହିବ ।

୧୯ ଅଗଷ୍ଟ – ମହରମ୍‌ ପାଇଁ ବ୍ୟାଙ୍କ୍‌ ଛୁଟି ।

୨୦ ଅଗଷ୍ଟ – ମହରମ୍‌ ଓ ପ୍ରଥମ ଓଣମ ପାଇଁ ବେଙ୍ଗାଲୁର, ଚେନ୍ନେଇ, କୋଚି ଓ କେରଳ ଜୋନରେ ବ୍ୟାଙ୍କ୍‌ ବନ୍ଦ ରହିବ ।

୨୧ ଅଗଷ୍ଟ – ଥିରୁଓଣମ ପାଇଁ କୋଚି ଓ କେରଳରେ ଜୋନରେ ଛୁଟି ରହିବ ।

୨୨ ଅଗଷ୍ଟ – ରକ୍ଷା ବନ୍ଧନ ପାଇଁ ବ୍ୟାଙ୍କ ଛୁଟି ।

୨୩ ଅଗଷ୍ଟ- ଶ୍ରୀ ନାରାୟଣ ଗୁରୁ ଜୟନ୍ତୀ ପାଇଁ କୋଚ୍ଚି ଓ କେରଳ ଜୋନରେ ବ୍ୟାଙ୍କ ବନ୍ଦ ରହିବ ।

୨୮ ଅଗଷ୍ଟ – ଚତୁର୍ଥ ଶନିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ ।

୨୯ ଅଗଷ୍ଟ – ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ ।

୩୦ ଅଗଷ୍ଟ – ଜନ୍ମାଷ୍ଟମୀ ପାଇଁ ବ୍ୟାଙ୍କ ଛୁଟି ।

୩୧ ଅଗଷ୍ଟ- ଶ୍ରୀକୃଷ୍ଣ ଅଷ୍ଟମୀ ପର୍ବ ଚାଲୁଥିବାରୁ ହାଇଦ୍ରାବାଦରେ ବ୍ୟାଙ୍କ ବନ୍ଦ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.