ସବିତାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ସୋନୁ ସୁଦ, ଦେଲେ ଅକ୍ସିଜେନ ସିଲିଣ୍ଡର

ଦେହ ଅସୁସ୍ଥ କାରଣରୁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ଭେଟେରାନ ଅଭିନେତ୍ରୀ ସବିତା ବଜାଜ। ଅକ୍ସିଜେନ ଅଭାବ ହେତୁ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା। ଏହି ସମୟରେ ସବିତାଙ୍କ ପାଖରେ ଥିବା ନୂପୁର ଅଳଙ୍କାର ଫିଲ୍ମ ଇଣ୍ଡଷ୍ଟ୍ରିରୁ ସହାୟତାର ନେହୁରା କରିଛନ୍ତି।

ଶରୀରରେ ଅକ୍ସିଜେନର ମାତ୍ରା କମିଯିବା କାରଣରୁ ଅଭିନେତ୍ରୀ ସବିତା ବଜାଜ କିଛିଦିନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାସହ ଆର୍ଥିକ ଅବସ୍ଥାରେ ମଧ୍ୟ ଅନେକ ସମସ୍ୟା ଦେଖାଯାଇଛି। ତେଣୁ ସେ ଏଥିପାଇଁ ସହାୟତାର ହାତ ମାଗିଛନ୍ତି।

324335
pc: MCE zone

ଏହାକୁ ଶୁଣିବା ପରେ ସୋନୁ ସୁଦ ସାହାଯ୍ୟ ପାଇଁ ଆଗକୁ ଆସିଛନ୍ତି। କରୋନା କାଳରେ ସୋନୁ ସୁଦ ଅନେକ ଲୋକଙ୍କୁ ସହାୟତା କରିଛନ୍ତି। ଏହା କାରଣରୁ ଅନେକ ଲୋକ ତାଙ୍କୁ ଭଗବାନ ରୂପେ ମଧ୍ୟ ପୂଜା କରୁଛନ୍ତି। ଏବେ ସେ ଭେଟେରାନ ଅଭିନେତ୍ରୀ ସବିତା ବଜାଜଙ୍କ ଅସୁସ୍ଥତା ଖବର ଶୁଣିବା ପରେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି।

ସବିତାଙ୍କ ସହ ରହୁଥିବା ନୂପୁରଙ୍କ ସହାୟତା ଖବର ଶୁଣିବା ପରେ ତାଙ୍କୁ ଅକ୍ସିଜେନ ମେସିନ ଦେବା ପାଇଁ କହିଥିଲେ। ଏହାପରେ ସୋନୁ ଅକ୍ସିଜେନ ମେସିନକୁ ହସ୍ପିଟାଲକୁ ପଠାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.