Below header

ନିଜ କାରରେ ବସି ନେଇପାରିବେ ସିନେମାର ମଜା, ଭୋପାଳରେ ଖୋଲିଲା ପ୍ରଥମ ଓପନ ଥିଏଟର

ଫିଲ୍ମ ପ୍ରେମୀଙ୍କ ପାଇଁ ଖୁସି ଖବର। ରାଜଧାନୀ ଭୋପାଳରେ ଏବେ ଡ୍ରାଇଭ ଇନ ସିନେମାର ମଜା ଉଠାଇପାରିବେ। ମଧ୍ୟପଅଦେଶରେ ପ୍ରଥମ ଓପନ ଥିଏଟରର ଶୁଭାରମ୍ଭ ହୋଇଛି। ଏଥିରେ ଦର୍ଶକ ନିଜ କାରରେ ବସି ମଧ୍ୟ ଫିଲ୍ମର ମଜା ନେଇପାରିବେ। ଏଥିପାଇଁ ପର୍ଯ୍ଯଟନ ବିଭାଗ ଲେକ ଭ୍ଯୁ ରେସିଡେନ୍ସୀ ପରିସରରେ ଏହାର ଶୁଭାରମ୍ଭ କରିବେ। ଆଜିଠାରୁ ଏହା ଆରମ୍ଭ ହେବାକୁ ଯାଉଛି।

ପର୍ଯ୍ଯଟନ ବିଭାଗ ଏହି ରେସିଡେନ୍ସୀ କ୍ଯାମ୍ପସରେ ୯୦ ହଜାର ବର୍ଗ ଫୁଟରେ ଡ୍ରାଇଭିଂ ସିନେମା ଓପନ ଥିଏଟର ପ୍ରସ୍ତୁତ କରିଛି। ଯେଉଁଠି ସିନେ ପ୍ରେମୀ ନିଜ ସାଙ୍ଗ ହେଉ ଅବା ପରିବାର ସହିତ ଫିଲ୍ମର ମଜା ନେଇପାରିବେ। ଏଠାରେ ବଡ ସ୍କ୍ରିନରେ ହାଇଟେକ ସାଉଣ୍ଡ ମଧ୍ୟ ଇନଷ୍ଟଲ କରାଯାଇଛି। ଯେଉଁଠି ଦର୍ଶକ ଫିଲ୍ମର ମଜା ନେଇପାରିବେ।

bhopal

ଫିଲ୍ମ ଅଭିନେତା ସନ୍ନି ଦେୱଲ, ଫିଲ୍ମ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କ ସହିତ ରାମେଶ୍ବର ଶର୍ମା, ପର୍ଯ୍ଯଟନ ମନ୍ତ୍ରୀ ଉଷା ଠାକୁର ଏହି ଡ୍ରାଇଭିଂ ସିନେମାର ଶୁଭାରମ୍ଭ କରିବେ। ପ୍ରଥମ ଶୋ ‘ଉରୀ, ଦ ସର୍ଜିକାଲ ଷ୍ଟ୍ରାଇକ’ ପ୍ରଦର୍ଶନ ହେବ। ସନ୍ଧ୍ଯା ୬ଠାରୁ ରାତି ୧୨.୩୦ ପର୍ଯ୍ଯନ୍ତ ଏହି ଫିଲ୍ମ ଚାଲିବ। ଡ୍ରାଇଭ ଇନ ସିନେମା ଅର୍ଥାତ୍ ନିଜର ଗାଡିକୁ ପାର୍କ କରି ସେଥିରେ ବସି ହିଁ ବଡ ସ୍କ୍ରିନରେ ଫିଲ୍ମ ଦେଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.