Below header

NCERT ବହିରେ ଇଣ୍ଡିଆ ବଦଳରେ ଲେଖାଯିବ ଭାରତ, ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

NCERTର ନୂଆ ବହିରେ ଇଣ୍ଡିଆର ନାମ ପରିବର୍ତ୍ତନ କରାଯାଇ ଭାରତ ବୋଲି ଲେଖାଯିବ । ପୁସ୍ତକରେ ଆବଶ୍ୟକୀୟ ପରିବର୍ତ୍ତନକୁ ନେଇ ଏନସିଇଆରଟି ପ୍ୟାନେଲରେ ସର୍ବସମ୍ମତିକ୍ରମେ ମଞ୍ଜୁରୀ ମିଳିଛି ।  ଏହି ପ୍ରସ୍ତାବକୁ ପ୍ୟାନେଲର ସମସ୍ତ ସଦସ୍ୟ ସମର୍ଥନ କରିଥିଲେ ।

ଜାତୀୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ (NCERT)ର ନୂଆ ବହିରେ ଇଣ୍ଡିଆର ନାମ ପରିବର୍ତ୍ତନ କରାଯାଇ ଭାରତ ବୋଲି ଲେଖାଯିବ । ପୁସ୍ତକରେ ଆବଶ୍ୟକୀୟ ପରିବର୍ତ୍ତନକୁ ନେଇ ଏନସିଇଆରଟି ପ୍ୟାନେଲରେ ସର୍ବସମ୍ମତିକ୍ରମେ ମଞ୍ଜୁରୀ ମିଳିଛି ।  ଏହି ପ୍ରସ୍ତାବକୁ ପ୍ୟାନେଲର ସମସ୍ତ ସଦସ୍ୟ ସମର୍ଥନ କରିଥିଲେ । କିଛି ମାସ ପୂର୍ବରୁ ଉକ୍ତ ପ୍ରସ୍ତାବ ଅଣାଯାଇଥିବା ବେଳେ ଏବେ ତାହାକୁ ଗ୍ରହଣ କରାଯାଇଛି ।

ଗତ ଏପ୍ରିଲରେ NCERT ର ୧୦ମ, ୧୧ଶ, ୧୨ଶ ସିଲାବସରେ ପରିବର୍ତ୍ତନ କରାଯାଇଥିଲା । ପୁସ୍ତକରେ ଅନେକ ବିଷୟ ହଟାଯାଇଥିଲା । ଏହି ପରିବର୍ତ୍ତନକୁ ବିରୋଧ କରାଯାଇଥିଲା । ବିଜ୍ଞାନ ବହିରୁ ଅନେକ ବିଷୟବସ୍ତୁ ହଟାଯାଇଥିଲା ।

‘ଇଣ୍ଡିଆ’ର ନାମ ପରିବର୍ତ୍ତନ କରାଯାଇ ‘ଭାରତ’ କରାଯିବାକୁ ନେଇ ନିକଟରେ ସାରା ଦେଶରେ ବିରୋଧୀଙ୍କ ପକ୍ଷରୁ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା । ଗତ ସେପ୍ଟେମ୍ବର ମାସ ୧୮-୨୨ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶରେ କେନ୍ଦ୍ର ସରକାର ଏନେଇ ଏକ ବିଲ୍‌ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଜି ୨୦ ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିବା ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ବୋଲି ଲେଖାଯାଇଥିଲା ।

ଏହାପରେ ସେପ୍ଟେମ୍ବରରେ ଦିଲ୍ଲୀର ପ୍ରଗତି ମଇଦାନରେ ଭାରତ ମଣ୍ଡପମରେ ପ୍ରଧାନମନ୍ତ୍ରୀ ମୋଦି ଭାରତ ନେମପ୍ଲେଟ ଟେବୁଲ ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.