Below header

କୂଅରୁ ମିଳିଲା ୯ଟି ଶବ, ପ୍ରବାସୀ ଶ୍ରମିକ କରିଛନ୍ତି ଆତ୍ମହତ୍ୟା ନା ହୋଇଛି ହତ୍ୟା !

ତେଲେଙ୍ଗାନାର ବାରଙ୍ଗଲ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ଫ୍ୟାକ୍ଟ୍ରି ପାଖରେ ଥିବା କୂଅରୁ ଏକାସାଙ୍ଗରେ ୯ଟି ଶବ ମିଳିଛି। ଗତକାଲି ଏହି କୂଅରୁ ୪ଟି ଶବ ମିଳିଥିବା ବେଳେ ଆଜି ଆଉ ପାଞ୍ଚଟି ଶବ ମିଳିଛି। ଏହି ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଦେଖାଦେଇଛି।

crime

ଲକଡାଉନ ଯୋଗୁଁ ଗୀସୁଗୋଡା ମଣ୍ଡଲର ଗୋରେକୁଣ୍ଡା ଗାଁ ବାହାରେ ଏକ କମ୍ପାନୀ ପାଖରେ ଥିବା କୂଅ ନିକଟରେ ରହୁଥିବା ପ୍ରବାସୀ ଶ୍ରମିକ ପରିବାରର ୪ଟି ଶବ ଉଦ୍ଧାର ହୋଇଥିବା ବେଳେ ଆଜି ସେହି କୂଅରୁ ୫ଟି ଶବ ଉଦ୍ଧାର କରାଯାଇଛି। ଇତିମଧ୍ୟରୁ ଦୁଇଟି ଶବ ସେହି ପରିବାରର ବୋଲି ଜଣାପଡିଛି। ବାକି ଅନ୍ୟ ତିନିଟି ଶବ ମଧ୍ୟରୁ ଦୁଇଟି ବିବାହର ଏବଂ ଜଣେ ତ୍ରିପୁରାର ବୋଲି ଜଣାପଡିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି।

tele

ଏହି ଶବ ମଧ୍ୟରେ ଜଣେ ପିଲା ଏବଂ ଜଣେ ମହିଳା ମଧ୍ୟ ସାମିଲ। ଏଠାରେ ରହୁଥିବା ପରିବାର କାମ କରିବା ପାଇଁ ପଶ୍ଚିମବଙ୍ଗରୁ ତେଲେଙ୍ଗାନା ଆସିଥିଲେ। ସେମାନେ ଦିନ ମଜୁରିଆ ଭାବେ କାମ କରି ନିଜର ପରିବାର ପୋଷଣ କରୁଥିଲେ। ଏହି ପରିବାରର ୬ଟି ଲୋକଙ୍କ ଶବ ଏହି କୂଅରୁ ମିଳିଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟର ବାତାବରଣ ସୃଷ୍ଟି ହୋଇଛି। ପୋଲିସ ସମସ୍ତ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି। ସୂଚନାଯୋଗ୍ୟ, ଗତକାଲି ଯେଉଁ ୪ଟି ଶବ ମିଳିଥିଲା, ସେମାନଙ୍କ ଦେହରେ କୌଣସି ଆଘାତ ଲାଗିନଥିବା ବେଳେ ଏହା ଆତ୍ମହତ୍ୟାର ରୂପ ବୋଲି କୁହାଯାଉଛି। କିନ୍ତୁ ଆଜି ଆଉ ୫ଟି ଶବ ମିଳିବା ପରେ ଏହା ହତ୍ୟା ବୋଲି ସନ୍ଦେହ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.