ବିମାନବନ୍ଦରରେ ମୋଦି, ହାତ ନମିଳାଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଜଣାଇଲେ ନମସ୍କାର

କେନ୍ୟୁଜ୍ (ବ୍ୟୁରୋ): ଅମ୍ଫାନର କ୍ଷୟକ୍ଷତି ପରିଦର୍ଶନ ପାଇଁ ଆଜି ଓଡିଶା ଗସ୍ତରେ ଆସିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନ ବନ୍ଦରରେ ସ୍ବାଗତ ଅପେକ୍ଷାରେ ଥିବା ସମସ୍ତ ଅତିଥିଙ୍କୁ  ହାତ ଯୋଡି ପ୍ରଣାମ କରିଥିଲେ। ମୋଦିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଡିଜିପି ଅଭୟଙ୍କ ସହ ବହୁ ବରିଷ୍ଠ ଅଧିକାରୀ  ବିମାନବନ୍ଦରରେ ପହଞ୍ଚି ସ୍ବାଗତ କରିଥିଲେ।

ଭୁବନେଶ୍ୱରରେ ପହଞ୍ଚିବା ପରେ ବାତ୍ୟାଞ୍ଚଳ ପରିଦର୍ଶନରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ। ବାୟୁସେନାର ହେଲିକପ୍ଟରରେ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ପ୍ରଧାମନ୍ତ୍ରୀଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବି ସାମିଲ ଅଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକରେ ଯୋଗ ଦେବେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.