Below header

ଶବଗଦା ଭିତରୁ ଉଦ୍ଧାର କର୍ମୀଙ୍କ ଗୋଡ଼ ଭିଡ଼ିଲେ ରବିନ୍‌…

ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣାରେ ୨୮୮ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ହସ୍ପିଟାଲର ମୁର୍ଦ୍ଦାଘରେ ଶବ ରଖିବା ପାଇଁ ଜାଗା ନାହିଁ। ବାଲେଶ୍ୱରର ଏକ ସ୍କୁଲରେ ପଡ଼ିଥିବା ଶବଗୁଡ଼ିକୁ ହସ୍ପିଟାଲ ନେବା ସମୟରେ ଏକ ଅଦ୍ଭୁତ ଘଟଣା ଦେଖି ଜଣେ ଉଦ୍ଧାରକର୍ମୀଙ୍କ ହୋଶ୍‌ ଉଡ଼ିଯାଇଥିଲା।

ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣାରେ ୨୮୮ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ହସ୍ପିଟାଲର ମୁର୍ଦ୍ଦାଘରେ ଶବ ରଖିବା ପାଇଁ ଜାଗା ନାହିଁ। ବାଲେଶ୍ୱରର ଏକ ସ୍କୁଲରେ ପଡ଼ିଥିବା ଶବଗୁଡ଼ିକୁ ହସ୍ପିଟାଲ ନେବା ସମୟରେ ଏକ ଅଦ୍ଭୁତ ଘଟଣା ଦେଖି ଜଣେ ଉଦ୍ଧାରକର୍ମୀଙ୍କ ହୋଶ୍‌ ଉଡ଼ିଯାଇଥିଲା।

ଶବଗଦା ଭିତରୁ କେହି ଜଣେ ଉଦ୍ଧାରକର୍ମୀଙ୍କ ଗୋଡ଼କୁ ମାଡ଼ି ବସିଥିଲା। ଆଉ ଧୀର କଣ୍ଠରେ କହୁଥିଲା, ‘ମୁଁ ବଞ୍ଚିଛି, ମୋତେ ଟିକେ ପାଣି ପିଆଇ ଦିଅ’। ଜଣାପଡ଼ିଛି, ଏହି କଣ୍ଠସ୍ୱର ରବିନ୍‌ଙ୍କର ଥିଲା। ସେ ଟ୍ରେନ୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। କେବଳ ଯାହା ନିଃଶ୍ୱାସ ପ୍ରଶ୍ୱାସ ଚାଲିଥିଲା।

ରବିନ୍‌ ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣାର ଚରନେଖଲି ଗାଁର ନିବାସୀ। ସେ କରମଣ୍ଡଳ ଏକ୍ସପ୍ରେସ୍‌ରେ ଥିଲେ। ଶୁକ୍ରବାର ରାତିରେ ହୋଇଥିବା ଦୁର୍ଘଟଣା ପରେ ରବିନ୍‌ ଟ୍ରାକ୍‌ ଉପରେ ବେହୋସ୍‌ ଅବସ୍ଥାରେ ପଡ଼ିଥିଲେ। ଉଦ୍ଧାରକର୍ମୀମାନେ ତାଙ୍କୁ ମୃତ ବୋଲି ଭାବିନେଇଥିଲେ। ଏଥିପାଇଁ ଶହ ଶହ ଶବଙ୍କ ସହିତ ତାଙ୍କୁ ବି ବାଲେଶ୍ୱରର ଏକ ସ୍କୁଲ ଘରେ ରଖାଯାଇଥିଲା।

ଉଦ୍ଧାରକର୍ମୀ କହିଛନ୍ତି, ଏତେ ମୃତକଙ୍କ ମଧ୍ୟରେ କେହି ଜଣେ ଜୀବିତ ଥିବ, ତାହା ତାଙ୍କୁ ବିଶ୍ୱାସ ହୋଇ ନ ଥିଲା। ରବିନ୍‌ ତାଙ୍କ ଗୋଡ଼ ଧରିବା ପରେ ଉଦ୍ଧାରକର୍ମୀ ଟିକିଏ ଡରି ଯାଇଥିଲେ। କିଏ ତାଙ୍କ ଗୋଡ଼ ଭିଡ଼ୁଛି, ତାହା ଦେଖିବାକୁ ତାଙ୍କର ଦମ୍ଭ ନ ଥିଲା। କିନ୍ତୁ କିଛି ସମୟ ପରେ ତାଙ୍କର ନଜର ରବିନ୍‌ଙ୍କ ଉପରେ ପଡ଼ିଥିଲା।

ସେହି ସମୟରେ ରବିନ୍‌ ସାମାନ୍ୟ ହଲଚଲ ବି ହୋଇପାରୁ ନ ଥିଲେ। ଏହାପରେ ତୁରନ୍ତ ଉଦ୍ଧାରକର୍ମୀ ଜଣକ ଅନ୍ୟ କର୍ମୀମାନଙ୍କୁ ଡାକିଥିଲେ। ରବିନ୍‌ଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଚିକିତ୍ସା ପରେ ରବିନ୍‌ଙ୍କ ଜୀବନ ତ ବଞ୍ଚିଯାଇଥିଲା, କିନ୍ତୁ ସେ ନିଜର ଦୁଇଟି ଯାକ ଗୋଡ଼ ହରାଇ ବସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.