ହାର୍ଟ ଆଟାକ୍ ହେବା ଜାଣିଲା ପରେ ନିଜେ ଡାକ୍ତର ଡାକିଥିଲେ ଏହି ଅଭିନେତ୍ରୀ

ଟେଲିଭିଜନ ଅଭିନେତ୍ରୀ ଚାରୁ ଆସୋପା, ଯିଏକି ସୁସ୍ମିତା ସେନଙ୍କ ଭାଇ ବୋହୂ, ସୁସ୍ମିତାଙ୍କ ହୃଦଘାତ ବିଷୟରେ ଏକ ନୂଆ ସୂଚନା ସେୟାର କରିଛନ୍ତି। ସୁସ୍ମିତା ଚଳିତ ବର୍ଷ ମାର୍ଚ୍ଚରେ ହୃଦ୍‌ଘାତରେ ପୀଡିତ ଥିବା ଖବର ପ୍ରକାଶ ପାଇଥିଲା। ଅଭିନେତ୍ରୀ କହିଥିଲେ ଯେ ସେ ତାଙ୍କର ଆଗାମୀ ପ୍ରୋଜେକ୍ଟର ସୁଟିଂ ବେଳେ ହୃଦଘାତରେ ପୀଡିତ ହୋଇଥିଲେ ।

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍ କିଛି ଦିନ ତଳେ ହୃଦଘାତର ଶିକାର ହୋଇଥିଲେ । ଏକ ପୋଷ୍ଟ ସେୟାର କରି ସେ ଏ କଥା କହିଥିଲେ ଯେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ ଆଞ୍ଜିଓପ୍ଲାଷ୍ଟି କରାଇବାକୁ ପଡ଼ିଥିଲା ତାଙ୍କୁ । ହେଲେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି । ତେବେ ଏହାରି ଭିତରେ ଟେଲିଭିଜନ ଅଭିନେତ୍ରୀ ଚାରୁ ଆସୋପା, ଯିଏକି ସୁସ୍ମିତା ସେନଙ୍କ ଭାଇ ବୋହୂ, ସୁସ୍ମିତାଙ୍କ ହୃଦଘାତ ବିଷୟରେ ଏକ ନୂଆ ସୂଚନା ସେୟାର କରିଛନ୍ତି। ସୁସ୍ମିତା ଚଳିତ ବର୍ଷ ମାର୍ଚ୍ଚରେ ହୃଦ୍‌ଘାତରେ ପୀଡିତ ଥିବା ଖବର ପ୍ରକାଶ ପାଇଥିଲା । ଅଭିନେତ୍ରୀ କହିଥିଲେ ଯେ ସେ ତାଙ୍କର ଆଗାମୀ ପ୍ରୋଜେକ୍ଟର ସୁଟିଂ ବେଳେ ହୃଦଘାତରେ ପୀଡିତ ହୋଇଥିଲେ ।

ଏପଟେ ଏକ ସାକ୍ଷାତକାରରେ ଚାରୁ ପ୍ରକାଶ କରିଛନ୍ତି ଯେ, ସୁସ୍ମିତା ଯେତେବେଳେ ହୃଦଘାତର ଶିକାର ହୋଇଥିଲେ ଏବଂ ପରିବାର ଲୋକଙ୍କୁ କିଛି କହି ନଥିଲେ ସେତେବେଳେ ସେ ନିଜେ ଡାକ୍ତରଙ୍କୁ ଡ଼ାକିଥିଲେ । ଏହି ବିଷୟରେ ପରିବାରରେ କାହାକୁ ଜଣାନଥିଲା । କାରଣ ସେ କାହାକୁ ଏନେଇ କହିନଥିବା ଚାରୁ କହିଛନ୍ତି । ତେଣୁ ଯେତେବେଳେ ଏହା ଘଟିଲା, ସେ ଜୟପୁରରେ ଥିଲେ ଏବଂ ସେ କାହାକୁ କିଛି କହିବା ପୂର୍ବରୁ ନିଜେ ଡାକ୍ତରମାନଙ୍କୁ ଡାକିଥିଲେ ବୋଲି ଚାରୁ କହିଛନ୍ତି ।

ଏହା ସହିତ ସେ କହିଛନ୍ତି କି “ଯେତେବେଳେ ସେ ଏହା ଜାଣିଲେ, ସେ ତାଙ୍କ ଶାଶୁଙ୍କୁ ଏ ବିଷୟରେ ପଚାରିଥିଲେ ଏବଂ ସେ ତାଙ୍କୁ କହିଥିଲେ ଯେ ବର୍ତ୍ତମାନ ସୁସ୍ମିତା ଭଲ ଅଛନ୍ତି । କେହି ଏହା ଆଶା କରିନଥିଲେ ଏବଂ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ବର୍ତ୍ତମାନ ସୁସ୍ମିତାଙ୍କ ଭାଇ ରାଜୀବ ସେନଙ୍କ ସହ ତାଙ୍କର ଛାଡପତ୍ର ଚାଲିଥିବା କଥା ଟିଭି ତାରକା ପ୍ରକାଶ କରିଛନ୍ତି ।

ସୂଚନା ଥାଉକି, ଗତ ମାର୍ଚ୍ଚରେ ସୁସ୍ମିତା ଇନଷ୍ଟାଗ୍ରାମରେ ଏହି ଆଶ୍ଚର୍ଯ୍ୟଜନକ ଖବର ସେୟାର କରିଥିଲେ । ସେ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ ଏବଂ ଆଞ୍ଜିଓପ୍ଲାଷ୍ଟି ଏବଂ ଷ୍ଟେଣ୍ଟ ପ୍ରତିରୋପଣ କରିଥିବା କଥା ପ୍ରକାଶ କରିଥିଲେ । ଅନେକ ପ୍ରଶଂସକ ତାଙ୍କର ସୁସ୍ଥ ଜୀବନ କାମନା କରିଥିଲେ ତାଙ୍କ ସାହସକୁ ପ୍ରଶଂସା କରିଥିଲେ । ଏପଟେ ଏହି ସମୟରେ ଚାରୁ ଆସୋପା ଏବଂ ତାଙ୍କ ସ୍ୱାମୀ ରାଜୀବ ସେନଙ୍କ ଛାଡପତ୍ର ପ୍ରକ୍ରିୟା ଚଳିତ ବର୍ଷ ଜାନୁଆରୀରୁ ଜାରି ରହିଛି । ଗତ ମଙ୍ଗଳବାର ଦିନ, ସୁସ୍ମିତା ସେନଙ୍କ ଭାଇ ରାଜୀବ ତାଙ୍କ ବ୍ଳଗରେ ନିଶ୍ଚିତ କରିଛନ୍ତି ଯେ ତାଙ୍କ ଛାଡପତ୍ରର ଅନ୍ତିମ ଶୁଣାଣି ତାରିଖ ଜୁନ୍ ୮ରେ ହେବ ।

ତେବେ ସୁସ୍ମିତା ସେନ୍ ନିଜର ଆଗାମୀ ୱେବ୍ ସିରିଜ୍ ‘ତାଲି’ ଯାହା ଟ୍ରାନ୍ସଜେଣ୍ଡର କାର୍ଯ୍ୟକର୍ତ୍ତା ଶ୍ରୀଗୌରୀ ସାୱନ୍ତଙ୍କ ଉପରେ ଆଧାରିତ, ଏହାର ପ୍ରମୋ ପାଇଁ ଡବିଂ ଏବଂ ସୁଟିଂ ଶେଷ କରିଛନ୍ତି । ଏହାସହ ନିକଟରେ ଆର୍ଯ୍ୟ – ସିଜିନ୍ ୩ ର ସୁଟ୍ ବି ଶେଷ କରିଛନ୍ତି ସୁସ୍ମିତା ସେନ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.