Below header

ନୋଏଡ଼ାରେ ଗଦ୍ଦର ଲଭ ଷ୍ଟୋରୀ : ଆଉ ପାକିସ୍ତାନ ଫେରିବିନି, ଭାରତର ବୋହୂ ହେବି,ଏଇଠି ମରିବି- ସୀମା ହାଇଦର

ନୋଏଡ଼ାରେ ଗଦ୍ଦର ଲଭ ଷ୍ଟୋରୀ । ମୁଁ ପାକିସ୍ତାନୀ ନୁହେଁ ଇଣ୍ଡିଆନ । ମୋ ସ୍ୱାମୀ ସଚିନ ହିନ୍ଦୁ, ତେଣୁ ମୁଁ ବି ହିନ୍ଦୁ । ନୋଏଡା ଯୁବକଙ୍କ ପ୍ରେମରେ ପଡ଼ି ପାକିସ୍ତାନ ଛାଡି ଭାରତ ଚାଲି ଆସିଥିବା ମହିଳା ସୀମାଙ୍କ ଏଭଳି ଜିଦ୍‌ ନେଇ ଏବେ ଚାରିଆଡେ ଚର୍ଚ୍ଚା । ସୀମା କହିଛନ୍ତି ଜୀବନ ଦେଇଦେବି ହେଲେ ପାକିସ୍ତାନ ଫେରିବେନି ।

ଆଗକୁ ଗଙ୍ଗାରେ ବୁଡ ପକାଇ ଏଠି ନୂଆ ସଂସାର କରିବି । ମୋ ସ୍ୱାମୀ ସଚିନ ହିନ୍ଦୁ, ତେଣୁ ମୁଁ ବି ହିନ୍ଦୁ । ଏବେ ମୁ ଭାରତୀୟ । ଆଉ ପାକିସ୍ତାନ ଫେରିବିନି । ଭାରତର ବୋହୂ ହେବି । ଏଠାର ଧର୍ମ, ସଂସ୍କୃତି ଓ ପରମ୍ପରାକୁ ଆପଣେଇଛି । ଏଇଠି ରହିବି । ଏଇଠି ମରିବି ।

ନୋଏଡା ଯୁବକଙ୍କ ପ୍ରେମରେ ପଡ଼ି ପାକିସ୍ତାନ ଛାଡି ଭାରତ ଚାଲି ଆସିଥିବା ମହିଳା ସୀମାଙ୍କ ଏଭଳି ଜିଦ୍‌ । ଗତକାଲି ସୀମା ଓ ସଚିନ ଜାମିନରେ ଜେଲରୁ ମୁକୁଳିଛନ୍ତି । ଜେଲରୁ ମୁକୁଳିବା ପରେ ଭାରତର ବୋହୂ ବୋଲି କହିଛନ୍ତି ସୀମା ହାଇଦର ।

କହିଛନ୍ତି, ସଚିନଙ୍କ ବିନା ବଞ୍ଚି ପାରିବେ ନାହିଁ । ଏବେ ସେ ହିନ୍ଦୁ । କାରଣ ସଚିନ ତାଙ୍କ ସ୍ୱାମୀ । ମାର୍ଚ୍ଚ ମାସରେ ନେପାଳରେ ପଶୁପତି ମନ୍ଦିରରେ ତାଙ୍କୁ ବିବାହ କରିଛନ୍ତି । ସ୍ୱାମୀଙ୍କ ଧର୍ମ ଓ ପରମ୍ପରାକୁ ନିଜର କରିଛନ୍ତି ।

ଏପଟେ ସୀମା ହାଇଦରରୁ ସୀମା ମୀନା ହୋଇଛନ୍ତି ପାକ ମହିଳା । ନିଜ ୪ ପିଲାଙ୍କ ନାଁ ବି ବଦଳାଇଛନ୍ତି । ସଚିନଙ୍କ ପରିବାର ବି ତାଙ୍କୁ ଗ୍ରହଣ କରିଥିବା କହିଛନ୍ତି ସୀମା । ଗତକାଲି ଜେଲରୁ ବାହାରିବା ପରେ ସଚିନଙ୍କ ରାବୁପୁରା ଗାଁର ମୀନା ଠାକୁରଣ କଲୋନୀ ସ୍ଥିତ ଘରକୁ ସଚିନଙ୍କ ସହ ଯାଇଛନ୍ତି ସୀମା ହାଇଦର । ଘରେ ହିନ୍ଦୁ ଦେବଦେବୀଙ୍କୁ ପୂଜା ବି କରୁଛନ୍ତି । ନିଜ ଜୀବନ ଦେଇଦେବେ । ହେଲେ ପାକିସ୍ତାନ ଫେରିବେ ନାହିଁ ବୋଲି କହିଛନ୍ତି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.