ଦିଲ୍ଲୀକାଣ୍ଡରେ ବଡ଼ ଖୁଲାସା! ହତ୍ୟାର କିଛି ଘଣ୍ଟା ପୂର୍ବରୁ ନାବାଳିକାଙ୍କ ସହ ହୋଇଥିଲା ଯୌନ ଶୋଷଣ, କିନ୍ତୁ ଯୁବକ ସାହିଲ ନ ଥିଲେ

ଦେଶର ଛାତିକୁ ଥରାଇ ଦେଇଥିବା ଦିଲ୍ଲୀ ଶାହବାଦ ଡାୟରୀ ହତ୍ୟାକାଣ୍ଡରେ ବଡ଼ ଖୁଲାସା ହୋଇଛି। FSL ରିପୋର୍ଟରୁ ଜଣାପଡ଼ିଛି ଯେ ହତ୍ୟାର କିଛି ଘଣ୍ଟା ପୂର୍ବରୁ ନାବାଳିକାଙ୍କ ସହିତ ଯୌନ ଶୋଷଣ ହୋଇଥିଲା।

ଦେଶର ଛାତିକୁ ଥରାଇ ଦେଇଥିବା ଦିଲ୍ଲୀ ଶାହବାଦ ଡାୟରୀ ହତ୍ୟାକାଣ୍ଡରେ ବଡ଼ ଖୁଲାସା ହୋଇଛି। FSL ରିପୋର୍ଟରୁ ଜଣାପଡ଼ିଛି ଯେ ହତ୍ୟାର କିଛି ଘଣ୍ଟା ପୂର୍ବରୁ ନାବାଳିକାଙ୍କ ସହିତ ଯୌନ ଶୋଷଣ ହୋଇଥିଲା। ଆହୁରି ମଧ୍ୟ ସ୍ପଷ୍ଟ ହୋଇଛି ଯେ ଏହି ଅପରାଧ କରିଥିବା ଯୁବକ ସାହିଲ ନୁହଁନ୍ତି। ପୋଲିସ ଏହି ମାମଲାରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି।

ପୋଲିସ କହିଛି ଯେ ବ୍ୟବଚ୍ଛେଦ ସମୟରେ ନାବାଳିକାଙ୍କ ଶରୀରରୁ ନମୁନା ନିଆଯାଇଥିଲା, ଯାହାର FSL ରିପୋର୍ଟରେ ଏ କଥା ସାମ୍ନାକୁ ଆସିଛି। ହତ୍ୟା ପୂର୍ବରୁ ସାହିଲ ନାବାଳିକାଙ୍କୁ ଯୌନ ଶୋଷଣ କରି ନ ଥିଲେ, ବରଂ ଅନ୍ୟ କେହି ନାବାଳିକାଙ୍କୁ ନିର୍ଯାତନା ଦେଇଥିଲେ। ଏହା ସହମତିଭିତ୍ତିକ ଥିଲେ ମଧ୍ୟ ଝିଅଟି ନାବାଳିକା ଥିବାରୁ ଏହି ମାମଲା ଦୁଷ୍କର୍ମ ଭାବରେ ପଞ୍ଜିକୃତ ହେବ।

FSL ରିପୋର୍ଟ ଅନୁସାରେ, ନାବାଳିକାଙ୍କ ଶରୀରରୁ ନିଆଯାଇଥିବା ନମୁନାରେ ସାହିଲଙ୍କ ଡିଏନ୍ଏ ମିଳି ନ ଥିଲା, ବରଂ ଅନ୍ୟ ଯୁବକଙ୍କ ଡିଏନ୍ଏ ମିଳିଛି।

ପୋଲିସ କହିଛି ଯେ ସାହିଲ ଓ ନାବାଳିକା ଦୁହେଁ ରିଲେସନଶିପ୍‌ରେ ଥିଲେ। ହେଲେ ଉଭୟଙ୍କ ମଧ୍ୟରେ ମତଭେଦ ହୋଇଥିଲା। ଏହି ସମୟ ମଧ୍ୟରେ ନାବାଳିକା ଅନ୍ୟ ପୁଅର ନିକଟତର ହୋଇଥିଲେ, ଯାହାକୁ ନେଇ ସାହିଲ ରାଗି ଯାଇଥିଲେ।

ଏହାପରେ ନାବାଳିକା ସାହିଲଙ୍କୁ ଅଣଦେଖା କରିବା ଆରମ୍ଭ କରିଥିଲେ। ଏହାସତ୍ତ୍ୱେ ସାହିଲ ନାବାଳିକାଙ୍କୁ ପିଛା କରୁଥିଲେ। ଫଳରେ ଏଥିରେ ବିବ୍ରତ ହୋଇ ନାବାଳିକା ଜଣକ ନିଜ ଅଞ୍ଚଳର ପୁଅମାନଙ୍କ ଠାରୁ ସାହାଯ୍ୟ ଲୋଡିଥିଲେ। ଏହାପରେ ଏହି ପୁଅମାନେ ସାହିଲଙ୍କୁ ଡାକି ନାବାଳିକାଙ୍କଠାରୁ ଦୂରରେ ରହିବାକୁ କହିଥିଲେ।

ଏହି ଘଟଣାରେ ରାଗିଯାଇ ସାହିଲ ନାବାଳିକାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଜଘନ୍ୟ ହତ୍ୟାକାଣ୍ଡ ମେ’ ୨୮ ତାରିଖ ରାତିରେ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.