Below header

ଶ୍ରାବଣ ମାସର ପ୍ରଥମ ସୋମବାର, ଗଡ଼ ଗଡ଼ିଆ ଘାଟରେ ଲାଗିଛି କାଉଡ଼ିଆଙ୍କ ଭିଡ଼

ଆସନ୍ତା କାଲି ଶ୍ରାବଣ ମାସର ପ୍ରଥମ ସୋମବାର । ଏଥିଲାଗି କଟକ ଗଡ଼ ଗଡ଼ିଆ ଘାଟରେ ଲାଗିଛି କାଉଡ଼ିଆଙ୍କ ଭିଡ଼ । ନଦୀ ଘାଟରୁ ପାଣି ଉଠାଇ ଶୈବପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ବୋଲ ବମ୍‌ ହର ହର ବମ ଧ୍ୱନିରେ କମ୍ପୁଛି କଟକ ଗଡଗଡ଼ିଆ ଘାଟ ।

ଆସନ୍ତା କାଲି ଶ୍ରାବଣ ମାସର ପ୍ରଥମ ସୋମବାର । ଏଥିଲାଗି କଟକ ଗଡ଼ ଗଡ଼ିଆ ଘାଟରେ ଲାଗିଛି କାଉଡ଼ିଆଙ୍କ ଭିଡ଼ । ନଦୀ ଘାଟରୁ ପାଣି ଉଠାଇ ଶୈବପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ବୋଲ ବମ୍‌ ହର ହର ବମ ଧ୍ୱନିରେ କମ୍ପୁଛି କଟକ ଗଡଗଡ଼ିଆ ଘାଟ । ଏ ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ କଟକ ରିପୋର୍ଟର ବିଭୁ ପ୍ରସାଦ ସ୍ୱାଇଁ ।

ପବିତ୍ର ନଦୀର ଜଳ ଆଣି, ବାଲିରେ ମହାଦେବଙ୍କୁ ଫୁଲ ଚନ୍ଦନ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରିବା ପରେ କାନ୍ଧରେ ବାହୁଙ୍ଗି ଓ କଳସ ଧରି ରାଜ୍ୟର ବିଭିନ୍ନ ଶୈବାଳୟ ଅଭିମୁଖେ ଯାତ୍ରା ଆରମ୍ଭ କରିଥାନ୍ତି କାଉଡିଆ । କିଏ ବାବା ଲିଙ୍ଗରାଜ ଙ୍କ ପାଖକୁ ତ ଆଉ କିଏ ଧବଳେଶ୍ବରଙ୍କ ନିକଟକୁ ଆଉ କିଛି ଭକ୍ତ ଲୋକନାଥ ଓ ଆରଡି ଭଳି ଦୂର ସ୍ଥାନକୁ ଯାତ୍ରା କରିଥାନ୍ତି।

ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଶ୍ରାବଣ ମାସରେ ଗଡଗଡ଼ିଆ ଘାଟକୁ ବିଭିନ୍ନ ସ୍ଥାନରୁ ଶିବଭକ୍ତମାନଙ୍କର ସୁଅ ଛୁଟିଛି । ଭକ୍ତମାନେ ଗଡଗଡିଆ ଘାଟରୁ ପାଣିଭାର ଧରି ଶିବାଳୟ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.