ଆସନ୍ତାକାଲି ପ୍ରଥମ ସୋମବାର, ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ସ୍ୱତନ୍ତ୍ର ନୀତି କାନ୍ତି ବ୍ୟବସ୍ଥା

ଆସନ୍ତାକାଲି ପ୍ରଥମ ସୋମବାର ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିବ । ଏନେଇ ସ୍ୱତନ୍ତ୍ର ନୀତି କାନ୍ତି ପାଇଁ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଯୋଡା ଶ୍ରବଣ ହୋଇ ଥିବାରୁ ପୂର୍ବରୁ ନୀତି ର୍ନିଘଣ୍ଟ କରାଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲି ପ୍ରଥମ ସୋମବାର ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିବ । ଏନେଇ ସ୍ୱତନ୍ତ୍ର ନୀତି କାନ୍ତି ପାଇଁ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଯୋଡା ଶ୍ରବଣ ହୋଇ ଥିବାରୁ ପୂର୍ବରୁ ନୀତି ର୍ନିଘଣ୍ଟ କରାଯାଇଛି । ଆସନ୍ତାକାଲି ଶ୍ରଦ୍ଧାଳୁ ବାବାଙ୍କ ପାଖରେ ଜଳ ଲାଗି କରିବେ ।

ଯୋଡ଼ା ମାସ ହେତୁ ଆସନ୍ତା ୧୭ ତାରିଖ ଓ ଅଗଷ୍ଟ ମାସ ୨୧ ଓ ୨୮ ତାରିଖ ସୋମବାର ଦିନ ବାବାଙ୍କ ପାଖରେ ଜଳ ଲାଗି କରିବେ ମାନସିକ ଧାରି । ଭୋର ୩ ଟାରୁ ମନ୍ଦିର ଦ୍ୱାର ଖୋଲା ଯିବ । ୩.୩୦ ଆଳତି, ଅବକାଶ ନୀତି ପରେ ୪ ଟା ସୁଦ୍ଧା ସାହାଣ ମେଲା ଦର୍ଶନ କରାଯିବ । ଅନ୍ୟପଟେ ବିଏମ୍‌ସି ଏବଂ ପୋଲିସ ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ସୁରକ୍ଷା ବ୍ୟବସ୍ଥାକୁ ବେଶ କଡାକଡି କରିଛି କମିଶନରେଟ ପୋଲିସ । କାଉଡ଼ିଆଙ୍କର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ଅପ୍ରୀତିକର ପରିସ୍ଥିତିକୁ ରାକିବା ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ରାଜଧାନୀରେ କାଉଡ଼ିଆ ଯିବା ଆସିବା ବାଟରେ ୧୨ଟି ମୋବାଇଲ ପେଟ୍ରୋଲିଂ ଟିମ, ୧୩ଟି ପିସିଆର ରହିବ ।

ଛକ ମାନଙ୍କରେ ଫାଷ୍ଟ ଏଡ଼ ଓ ମୋବାଇଲ ମେଡ଼ିକାଲ ୟୁନିଟ ରହିବ । ଜଳ ଉଠାଇବା ସ୍ଥାନ ବା ବିଭିନ୍ନ ନଦୀ ପଠାରେ ଓଡ୍ରାଫ ଓ ଫାୟାର ଫାଇଟିଙ୍ଗ ୟୁନିଟ ନିୟୋଜିତ ରହିବେ । ସମସ୍ତ ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ଜଣେ ଅତିରିକ୍ତ ଡିସିପିଙ୍କ ଅଧୀନରେ ପାଞ୍ଚ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।

୫ ଜଣ ଏସିପି, ୮ ଜଣ ଇନ୍ସପେକ୍ଟର, ୩୯ ଜଣ ସବ ଇନ୍ସେପେକ୍ଟର ଓ ଏଏସଆଇ ନିୟୋଜିତ ହେବେ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଶୁ ଚିକିତ୍ସା କେନ୍ଦ୍ର ସହ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.