Below header

ଦିଲ୍ଲୀର ମେକାନିକ୍‌ ଗଳିରେ ପଶି ବାଇକ୍‌ ମରାମତି କଲେ ରାହୁଲ ଗାନ୍ଧୀ, କହିଲେ ବହୁତ ଜଲ୍‌ଦି ହେବ ବିବାହ…

କଂଗ୍ରେସ ନେତା ରାହୁଲ ଗାନ୍ଧୀ ହଠାତ୍ ଦିଲ୍ଲୀର କରୋଲବାଗରେ ଥିବା ମେକାନିକ୍ ମାର୍କେଟରେ ପହଞ୍ଚିଥିଲେ। ଏହି ସମୟରେ ସେ ମେକାନିକ୍‌ମାନଙ୍କ ସହିତ କଥା ହୋଇଥିଲେ ଏବଂ ନିଜେ ବାଇକ୍ ମରାମତି କରିଥିଲେ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ହଠାତ୍ ଦିଲ୍ଲୀର କରୋଲ ବାଗରେ ଥିବା ମେକାନିକ୍ ମାର୍କେଟରେ ପହଞ୍ଚିଥିଲେ। ଏହି ସମୟରେ ସେ ମେକାନିକ୍‌ମାନଙ୍କ ସହିତ କଥା ହୋଇଥିଲେ ଏବଂ ନିଜେ ବାଇକ୍ ମରାମତି କରିଥିଲେ। ଏହି ସମୟ ମଧ୍ୟରେ ରାହୁଲ ଗାନ୍ଧୀ ଦୋକାନରେ କାମ କରୁଥିବା ଲୋକଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ।

ଯେତେବେଳେ ରାହୁଲ ଗାନ୍ଧୀ ବାଇକ୍ ମରାମତି କାମ କରୁଥିଲେ, ସେହି ସମୟରେ ଜଣେ ମେକାନିକ୍ ତାଙ୍କୁ ପଚାରିଥିଲେ କି, ଆପଣ କେବେ ବିବାହ କରୁଛନ୍ତି? ଏହା ଉପରେ ରାହୁଲ ହସିଥିଲେ ଏବଂ ଶୀଘ୍ର ହୋଇଯିବ ବୋଲି କହିଥିଲେ। ରାହୁଲ ମଧ୍ୟ ମେକାନିକ୍‌ଙ୍କୁ ତାଙ୍କ ବିବାହ ବିଷୟରେ ପଚାରିଥିଲେ।

ଏହିପରି ଆଉ ଜଣେ ମେକାନିକ୍ ଯେତେବେଳେ ରାହୁଲଙ୍କୁ ତାଙ୍କ ପାଖରେ କେଉଁ ବାଇକ୍ ଅଛି ବୋଲି ପଚାରିଥିଲେ, ସେ କହିଥିଲେ ଯେ ତାଙ୍କ ପାଖରେ KTM ୩୯୦ ଅଛି। ଏଥିସହ ରାହୁଲ କହିଥିଲେ, ସେ ବାଇକ୍ ଚଲାଇ ପାରନ୍ତି ନାହିଁ। କାରଣ, ସୁରକ୍ଷା କର୍ମୀମାନେ ତାଙ୍କୁ ଚଲାଇବାକୁ ଦିଅନ୍ତି ନାହିଁ।

ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ସେଠାରୁ ଚାଲିଯିବା ପରେ ମେକାନିକ୍ କହିଛନ୍ତି ଯେ ରାହୁଲ ଗାନ୍ଧୀ ନିଜେ ଆମ ପାଖକୁ ଆସିଥିଲେ। ସେ ଜାଣିବାକୁ ଚାହିଁଥିଲେ କି, ଗରିବମାନେ କିପରି ଜୀବନଯାପନ କରୁଛନ୍ତି। ଅନ୍ୟ ଜଣେ ମେକାନିକ୍ କହିଛନ୍ତି, ଆମେ କେବେ ଭାବି ନ ଥିଲୁ ଯେ ରାହୁଲଙ୍କ ସହିତ ମୁହାଁମୁହିଁ କଥା ହୋଇ ଚା’ ପିଇବୁ। ଆମେ ତାଙ୍କ ସହିତ କିଛି କାମ ମଧ୍ୟ କରିଥିଲୁ। ତାଙ୍କୁ ଭେଟି ଆମକୁ ବହୁତ ଖୁସି ଲାଗିଲା।

ଜଣେ ଦୋକାନ ମାଲିକ କହିଛନ୍ତି, ରାହୁଲ ଗାନ୍ଧୀ ରାଜନୀତି ବିଷୟରେ କିଛି କଥା ହୋଇ ନ ଥିଲେ। ଜଣେ ସାଧାରଣ ମେକାନିକ୍ କିପରି ଜୀବନ ବଞ୍ଚେ, କେଉଁ ସମସ୍ୟାର ସମ୍ମୁଖୀନ ହୁଏ, ତାଙ୍କୁ ବ୍ୟାଙ୍କ୍‌ ଋଣ କିପରି ମିଳେ, ତାଙ୍କ ପିଲାମାନେ କିପରି ପାଠ ପଢ଼ନ୍ତି, ଏହି ବେସିକ୍‌ ଜିନିଷ ସବୁ ସେ ଆମକୁ ପଚାରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.