Below header

ନୂଆ ଭାରତ ଶ୍ରେଷ୍ଠ ଭାରତ ସଂକଳ୍ପ, ୨୫ କୋଟି ଦେଶବାସୀ ଗରିବୀରୁ ବାହାରକୁ ଆସିଛନ୍ତି: ରାଷ୍ଟ୍ରପତି

ଆରମ୍ଭ ହେଲା ସଂସଦର ବଜେଟ ଅଧିବେଶନ । ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି । ନୂଆ ଭାରତ, ଶ୍ରେଷ୍ଠ ଭାରତ ଗଠନ ପାଇଁ ଆହ୍ବାନ ଦେଇଛନ୍ତି । ସରକାରଙ୍କ ଜନମଙ୍ଗଳ ଯୋଜନାର ଆଲୋକପାତ କରିଛନ୍ତି। ଯୁବକ, ନାରୀ, ଚାଷୀ, ଗରିବ ବିକାଶର ୪ଟି ସ୍ତମ୍ଭ । ଏହି ୪ ବର୍ଗର ବବିକାଶରେ ଦେଶର ବିକାଶ।

ନୂଆଦିଲ୍ଲୀ : ଆରମ୍ଭ ହେଲା ସଂସଦର ବଜେଟ ଅଧିବେଶନ । ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି । ନୂଆ ଭାରତ, ଶ୍ରେଷ୍ଠ ଭାରତ ଗଠନ ପାଇଁ ଆହ୍ବାନ ଦେଇଛନ୍ତି । ସରକାରଙ୍କ ଜନମଙ୍ଗଳ ଯୋଜନାର ଆଲୋକପାତ କରିଛନ୍ତି । ଯୁବକ, ନାରୀ, ଚାଷୀ, ଗରିବ ବିକାଶର ୪ଟି ସ୍ତମ୍ଭ । ଏହି ୪ ବର୍ଗର ବବିକାଶରେ ଦେଶର ବିକାଶ । ସମ୍ବିଧାନ ଲାଗୁ ହେବାର ୭୫ ବର୍ଷ ପୂରଣ ହୋଇଛି ।

*ଜାମ୍ମୁକାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହୋଇଛି

* ଚନ୍ଦ୍ରର ଦକ୍ଷିଣ ମେରୁ ପହଞ୍ଚିବାରେ ଭାରତ ପ୍ରଥମ ଦେଶ । ମିଶନ ମୋଡରେ ସରକାର କାର୍ଯ୍ୟ କରୁଛନ୍ତି ।

*ବିଶ୍ବର ସବୁଠୁ ଦ୍ରୁତ ଅର୍ଥ ବ୍ୟବସ୍ଥା ହେଉଛି ଭାରତ ।

*ଆଜି ଭାରତର ଅର୍ଥ ବ୍ୟବସ୍ଥା ଶ୍ରେଷ୍ଠ ୫ରେ ପହଞ୍ଚିଛି। ଐତିହାସିକ ଜି-୨୦ ସମ୍ମିଳନୀ ଆୟୋଜନ କରିଛୁ ।

*ସଂସଦରେ ନାରୀଶକ୍ତି ବନ୍ଦନ ଅଧିନିୟମ ପାସ୍ ହୋଇଛି । ତିନ୍ ତଲାକ୍ ବିରୋଧରେ କଠୋର ଆଇନ ଆସିଛି ।

*ଦେଶବାସୀଙ୍କ ରାମମନ୍ଦିର ଆକାଂକ୍ଷା ପୂରଣ ହୋଇଛି ।

*ଡିଜିଟାଲ ଇଣ୍ଡିଆ ଓ ମେକ୍ ଇନ୍ ଇଣ୍ଡିଆ ଭାରତର ବଡ଼ ଉପଲବ୍ଧି ବୋଲି କହିଛନ୍ତି ରାଷ୍ଟ୍ରପତି ।

*୨୫ କୋଟି ଦେଶବାସୀ ଗରିବୀରୁ ବାହାରକୁ ଆସିଛନ୍ତି ।

 

ନୂଆ ସଂସଦ ଭବନରେ ଏହା ରାଷ୍ଟ୍ରପତିଙ୍କର ପ୍ରଥମ ଅଭିଭାଷଣ । ଚଳିତ ବଜେଟ୍ ଅଧିବେଶନ ଆସନ୍ତା ୯ ତାରିଖ ଯାଏ ଚାଲିବ। ଆସନ୍ତାକାଲି ଉପସ୍ଥାପିତ ହେବ ୨୦୨୪-୨୦୨୫ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କାମଚଳା ବଜେଟ ଉପସ୍ଥାପନ କରିବେ । ଆସନ୍ତା ଏପ୍ରିଲ-ମେ ମାସରେ ସାଧାରଣ ନିର୍ବାଚନ ରହିଛି । ତାପୂର୍ବରୁ ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଏହା ହେବ ଶେଷ ବଜେଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.