ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିଂଙ୍କ ବୋହୂଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ, ପୁଅ ମାନବେନ୍ଦ୍ର ଓ ନାତି ଗୁରୁତର

ରାଜସ୍ଥାନର ଅଲଓ୍ଵରରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିଂଙ୍କ ବୋହୂ ଚିତ୍ରା ସିଂଙ୍କ ମୃତ୍ୟୁ ହୋଇଛି ।

ରାଜସ୍ଥାନର ଅଲଓ୍ଵରରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିଂଙ୍କ ବୋହୂ ଚିତ୍ରା ସିଂଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଯଶବନ୍ତ ସିଂଙ୍କ ପୁଅ ତଥା କଂଗ୍ରେସର ପୂର୍ବତନ ସାଂସଦ ମାନବେନ୍ଦ୍ର ସିଂ ଏବଂ ତାଙ୍କ ନାତି ହମିର ସିଂ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଏହି ଭୀଷଣ ଦୁର୍ଘଟଣା ପରେ ମାନବେନ୍ଦ୍ର ସିଂ ଏବଂ ତାଙ୍କ ପୁଅ ହମିରଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଅଲଓ୍ଵରର ସୋଲଙ୍କି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କ ଚିକିତ୍ସା ଚାଲିଥିଲା । ଏପଟେ ଆହତ କାର୍‌ ଡ୍ରାଇଭରଙ୍କୁ ମଧ୍ୟ ପ୍ରଥମେ ବରୋଦାମେଭ୍‌ ହସ୍ପିଟାଲ ଏବଂ ପରେ ଅଲଓ୍ଵର ସ୍ଥାନାନ୍ତର କରାଯାଇଥିଲା ।

ଏବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ମାନବେନ୍ଦ୍ର, ତାଙ୍କ ପୁଅ ହମିର ଓ ଗାଡ଼ିର ଡ୍ରାଇଭରଙ୍କୁ ଅଲଓ୍ଵରରୁ ଗୁୁରୁଗ୍ରାମ ରେଫର୍‌ କରି ଦିଆଯାଇଛି । ୩ ଜଣଙ୍କୁ ଅଲଓ୍ଵରରୁ ୧୫୦ କିମି ଦୂର ଗୁରୁଗ୍ରାମର ପାରସ୍‌ ହସ୍ପିଟାଲ ଯାଏ ଗ୍ରୀନ୍‌ କରିଡର କରି ଅଣାଯାଇଥିଲା ।

କାର୍‌ ମାନବେନ୍ଦ୍ର ସିଂ ଚଲାଉଥିଲେ ଏବଂ ତାଙ୍କ ପତ୍ନୀ ପାର୍ଶ୍ୱବର୍ତ୍ତୀ ସିଟ୍‌ରେ ବସିଥିଲେ । ମାନବେନ୍ଦ୍ରଙ୍କ ପୁଅ ଓ ଡ୍ରାଇଭର ପଛ ସିଟ୍‌ରେ ବସିଥିଲେ । ଏହି ପରିବାର ଦିଲ୍ଲୀରୁ ଜୟପୁର ଆଡ଼କୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଗାଡ଼ିଟି ଭାରସାମ୍ୟ ହରାଇ ବ୍ରିଜ୍‌ର କାନ୍ଥରେ ପିଟି ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.