Below header

ତିରୁପତି ବାଲାଜୀ ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦି, ୧୪୦ କୋଟି ଭାରତୀୟଙ୍କ ସମୃଦ୍ଧି ପାଇଁ କଲେ ପ୍ରାର୍ଥନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ତିରୁପତି ବାଲାଜୀ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ସେ ଭଗବାନ ଭେଙ୍କଟେଶ୍ୱରଙ୍କ ଦର୍ଶନ କରିଥିଲେ। ପିଏମ୍‌ ମୋଦି ମନ୍ଦିରରେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ, ଯାହାର ଫଟୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଫିସିଆଲ୍ ‘ଏକ୍ସ’ ଆକାଉଣ୍ଟରୁ ସେୟାର କରାଯାଇଛି।

ପ୍ରଧାନମନ୍ତ୍ରୀ ମୋଦି ଟ୍ଵିଟ୍‌ କରି କହିଛନ୍ତି, ‘୧୪୦ କୋଟି ଭାରତୀୟଙ୍କ ସମୃଦ୍ଧି, କଲ୍ୟାଣ ଏବଂ ଉନ୍ନତ ସ୍ୱାସ୍ଥ୍ୟ ପାଇଁ ଭଗବାନ ଭେଙ୍କଟେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛି’। ତେଲେଙ୍ଗାନାରେ ଅନେକ ଜନସଭାକୁ ସମ୍ବୋଧିତ କରିବା ପରେ ରବିବାର ସନ୍ଧ୍ୟାରେ ତିରୁପତିରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଆଜି ସକାଳେ ତିରୁମାଲାରେ ଭେଙ୍କଟେଶ୍ୱରଙ୍କ ମନ୍ଦିର ଯାଇଥିଲେ। ସେଠାରେ ପୂଜାର୍ଚ୍ଚନା ବେଳେ ପ୍ରଧାନମନ୍ତ୍ରୀ ପାରମ୍ପରିକ ପରିଧାନରେ ନଜର ଆସିଥିଲେ।

ରବିବାର ସନ୍ଧ୍ୟା ୭ଟା ୪୦ରେ ପ୍ରଧାନମନ୍ତ୍ରୀ ତିରୁପତି ନିକଟ ରେନିଗୁଣ୍ଟା ବିମାନବନ୍ଦରରେ ଓହ୍ଲାଇଥିଲେ। ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଏସ୍‌ ଅବଦୁଲ୍‌ ନଜିର ଏବଂ ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ୍‌ ଜଗନମୋହନ ରେଡ୍ଡୀ ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିିଥିଲେ।

ମନ୍ଦିର ଦର୍ଶନ ପରେ ପ୍ରଧାନମନ୍ତ୍ରୀ ଅପରାହ୍ନ ୧୨ଟା ୪୫ରେ ମହବୁବାବାଦରେ ଏକ ସାର୍ବଜନିକ ବୈଠକରେ ସାମିଲ ହେବେ ଏବଂ ସନ୍ଧ୍ୟା ୫ଟାରେ ହାଇଦ୍ରାବାଦରେ ରୋଡ୍‌ ଶୋ’ କରିବେ। କହି ରଖୁଛୁ, ତେଲେଙ୍ଗାନାରେ ନଭେମ୍ବର ୩୦ରେ ବିଧାନସଭା ପାଇଁ ଭୋଟିଂ ହେବ ଏବଂ ଡିସେମ୍ବର ୩ରେ ଭୋଟ୍‌ ଗଣତି କରାଯିବ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.