Below header

ଶମ୍ଭୁ ବର୍ଡରରେ ପୁଣିଥରେ ଚାଷୀଙ୍କ ଜବରଦସ୍ତ ହଙ୍ଗାମା, ପୋଲିସର ଲୁହବୁହା ଗ୍ୟାସ ପ୍ରୟୋଗ

ପଞ୍ଜାବ-ହରିୟାଣାର ଶମ୍ଭୁ ବର୍ଡରରେ ସାମ୍ନାସାମ୍ନି ହୋଇଛନ୍ତି । ଦିଲ୍ଲୀ ଚଲ୍ଲୋ ଜିଦରେ ଅଟଳ ରହିଛନ୍ତି ଚାଷୀ । । ଗତକାଲି ଭଳି ଆଜି ମଧ୍ୟ ପୋଲିସ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି । ପୋଲିସ୍ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି ।

ଆଜି ପୁଣି ଥରେ ସୀମାରେ ଗର୍ଜିଛନ୍ତି ଆନ୍ଦୋଳନକାରୀ । ପଞ୍ଜାବ-ହରିୟାଣାର ଶମ୍ଭୁ ବର୍ଡରରେ ସାମ୍ନାସାମ୍ନି ହୋଇଛନ୍ତି । ଦିଲ୍ଲୀ ଚଲ୍ଲୋ ଜିଦରେ ଅଟଳ ରହିଛନ୍ତି ଚାଷୀ । । ଗତକାଲି ଭଳି ଆଜି ମଧ୍ୟ ପୋଲିସ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି । ପୋଲିସ୍ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି । ଦାବି ପୂରଣ ନେଇ କେନ୍ଦ୍ର ସରକାରଙ୍କ ସହ ସହମତି ହୋଇ ନପାରିବାରୁ ଚାଷୀମାନେ ଦିଲ୍ଲୀ ଚଲୋ ଅଭିଯାନକୁ ଜୋରଦାର କରିଛନ୍ତି ।

ପଞ୍ଜାବର ଫତେଗଡ଼ ସାହିବରୁ ଶମ୍ଭୁ ସୀମା ଯାଏ ଶହ ଶହ ଟ୍ରାକ୍ଟର ଓ ଯାନବାହନ ଧରି ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ଚାଷୀ । ଗତକାଲି ପୋଲିସ ଲଗାଇଥିବା ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିବାକୁ ଉଦ୍ୟମ ବେଳେ ଧସ୍ତାଧସ୍ତି ହୋଇଥିଲା । ପଞ୍ଜାବ – ହରିଆଣାର ଶମ୍ଭୁ ସୀମାରେ କୃଷକ ସଂଗଠନ ସଦସ୍ୟ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଟିୟର ଗ୍ୟାସ ଓ ପାଣି ମାଡ଼ କରିଥିଲା ।

୧୦ ଦଫା ଦାବିରେ ଦିଲ୍ଲୀ ଚଲୋ ଡାକରା ଦେଇଛି ସଂଯୁକ୍ତ କିଶାନ ମୋର୍ଚ୍ଚା ଓ କିଶାନ ମଜଦୁର ମୋର୍ଚ୍ଚା । ଦେଶର ପ୍ରାୟ ଦୁଇ ଶହ କୃଷକ ସଂଗଠନ ଏଥିରେ ସାମିଲ ହୋଇଛନ୍ତି । ପ୍ରାୟ ଅଢେଇ ହଜାର ଟ୍ରାକଟର ସହ ୨୦ହଜାର କୃଷକ ରାଜଧାନୀକୁ ମୁହାଁଇଛନ୍ତି । କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଦିଲ୍ଲୀର ସିଙ୍ଗି, ଟିକ୍ରି, ଗାଜିପର ସୀମାନ୍ତ ସୁରକ୍ଷାର ଅଭୈଦ୍ୟ ଦୁର୍ଗ ପାଲଟିଛି । ସିମେଣ୍ଟର ବାରିକେଡ ସହ କଣ୍ଟାବାଡ଼ ଓ ଲୁହା କଣ୍ଟାକୁ ରାସ୍ତାରେ ପକାଇ କୃଷକଙ୍କୁ ଅଟକାଇବାକୁ ବ୍ୟବସ୍ଥା ହୋଇଛି । ଟିକ୍ରି-ସିନ୍ଧୁ ବର୍ଡର ସମେତ ୨୯ଟି ସୀମା ସିଲ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.