କ୍ଷୀର ସହିତ ଭଜା ହୋଇଥିବା କଖାରୁ ମଞ୍ଜି ଖାଆନ୍ତୁ, ମିଳିବ ଅନେକ ହାଡ ଜନିତ ଯନ୍ତ୍ରଣାରୁ ମୁକ୍ତି

କଖାରୁ ମଞ୍ଜିରେ ପ୍ରଚୁର ପରିମାଣର ପ୍ରୋଟିନ୍ ଥାଏ, ଯାହାର ବ୍ୟବହାର ଶରୀରକୁ ଶକ୍ତି ଯୋଗାଇଥାଏ ଏବଂ ଅନେକ ରୋଗରୁ ରକ୍ଷା କରିଥାଏ । ଏହା ବ୍ୟତୀତ କଖାରୁ ମଞ୍ଜିରେ ପଲିନସୁଚୁରେଟେଡ୍ ଏବଂ ମୋନୋସାସୁରେଟେଡ୍ ଫ୍ୟାଟ୍ ଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ ।

ପ୍ରତି ୧୦୦ ଗ୍ରାମ କଖାରୁ ମଞ୍ଜିରେ ୪୪୬ କ୍ୟାଲୋରୀ ରହିଥାଏ, ୪୯ ଗ୍ରାମ ଫ୍ୟାଟ୍‌, ୬.୬ ଗ୍ରାମ ଫାଇବର ଏବଂ ୩୦ ଗ୍ରାମ ପ୍ରୋଟିନ୍ ମିଳିଥାଏ । ଏହା ବ୍ୟତୀତ ଏହି ମଞ୍ଜିରେ ପ୍ରଚୁର ପରିମାଣର ପ୍ରୋଟିନ୍ ଥାଏ, ଯାହାର ବ୍ୟବହାର ଶରୀରକୁ ଶକ୍ତି ଯୋଗାଇଥାଏ ଏବଂ ଅନେକ ରୋଗରୁ ରକ୍ଷା କରିଥାଏ । ଏହା ବ୍ୟତୀତ କଖାରୁ ମଞ୍ଜିରେ ପଲିନସୁଚୁରେଟେଡ୍ ଏବଂ ମୋନୋସାସୁରେଟେଡ୍ ଫ୍ୟାଟ୍ ଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । କିନ୍ତୁ ଆଜି ଆମେ ଜାଣିବା କ୍ଷୀରରେ ଭଜା ହୋଇଥିବା କଖାରୁ ମଞ୍ଜି ଖାଇବାର ଲାଭ କ’ଣ ? ତାହେଲେ ଆସନ୍ତୁ ଏହି ବିଷୟରେ ବିସ୍ତୃତ ଭାବରେ ଜାଣିବା ।

ହାଡ ପାଇଁ ଲାଭଦାୟକ :
ଯେତେବେଳେ ଆପଣ କ୍ଷୀର ସହିତ କଖାରୁ ମଞ୍ଜି ଖାଆନ୍ତି, ଏହା କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍ ଏବଂ ଜିଙ୍କ ଶରୀରକୁ ଯୋଗାଇଥାଏ ଯାହା ହାଡ ପାଇଁ ଲାଭଦାୟକ ହୋଇଥାଏ । ଏହି ପୋଷକ ତତ୍ତ୍ୱଗୁଡ଼ିକ ସୁସ୍ଥ ହାଡ଼ର ବୃଦ୍ଧି, ଶକ୍ତି ଏବଂ ରକ୍ଷଣାବେକ୍ଷଣକୁ ସାମୁହିକ ଭାବେ ସମର୍ଥନ କରିଥାଏ, ଏହା ବ୍ୟତୀତ ହାଡ଼ ଜନିତ ରୋଗରୁ ବଞ୍ଚିବାରେ କ୍ଷୀର ସହାୟକ ହୋଇଥାଏ । ଏହାସହ ଗଣ୍ଠି ଯନ୍ତ୍ରଣା ଏବଂ ଆଣ୍ଠୁ ଫୁଲା ମଧ୍ୟ କମ ହେବାରେ ଅନେକ ସାହାଯ୍ୟକାରି ହୋଇଥାଏ ।

ଆଣ୍ଟିଅକ୍ସିଡାଣ୍ଟରେ ଭରପୂର :
କଖାରୁ ମଞ୍ଜିରେ ଅନେକ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଥାଏ, ଯେପରି ଭିଟାମିନ୍ E ଏବଂ କାରୋଟିନଏଡ୍, ଯାହା ଫ୍ରି ରେଡିକାଲ୍ ଏବଂ ଅକ୍ସିଡେଟିଭ୍ ଷ୍ଟ୍ରେସ୍‌ ସହିତ ଲଢିବା ପାଇଁ ସହାୟକ ହୋଇଥାଏ । ଏହି ଆଣ୍ଟିଅକ୍ସିଡାଣ୍ଟ ସ୍କ୍ରିକ୍‌କୁ ମଧ୍ୟ ଭଲ ରଖିଥାଏ । ଏହା ସହ କୋଷକୁ ମଧ୍ୟ ସୁରକ୍ଷା ଦେଇଥାଏ ଏବଂ କ୍ରନିକ୍ ରୋଗର ଆଶଙ୍କା କମ୍‌ କରିବାରେ ସାହାଯ୍ୟ କରେ ।

କ୍ୟାଲସିୟମ ଅଭାବ ଦୂର କରେ :
କଖାରୁ ମଞ୍ଜିରେ ମ୍ୟାଗ୍ନେସିୟମ୍ ଭରପୂର ମାତ୍ରାରେ ମିଳିଥାଏ । ହାଡର ବୃଦ୍ଧି ଏବଂ ଶକ୍ତି ପାଇଁ ମ୍ୟାଗ୍ନେସିୟମ୍ ଭଲ ହୋଇଥାଏ । ସୂଚନା ମୁତାବକ, ଏପରି ମଧ୍ୟ କୁହାଯାଏ ଯେ ଯେଉଁମାନଙ୍କର ଖାଦ୍ୟରେ ପର୍ଯ୍ୟାପ୍ତ ପରିମାଣର ମ୍ୟାଗ୍ନେସିୟମ୍ ଥାଏ, ସେମାନଙ୍କ ହାଡରେ ଖଣିଜ ପଦାର୍ଥର ଅଧିକ ଘନତା ଥାଏ । ଏହା ହାଡ ଭଙ୍ଗା ଏବଂ ଅଷ୍ଟିଓପୋରୋସିସ୍ ପରି ବିପଦକୁ ଏଡାଇବାରେ ସାହାଯ୍ୟ କରେ । ନିମ୍ନ ସ୍ତରର ମ୍ୟାଗ୍ନେସିୟମ୍ ମଧ୍ୟ ପ୍ରଦାହ ବୃଦ୍ଧି ସହିତ ସଂଯୁକ୍ତ ହୋଇଥାଏ । ମ୍ୟାଗ୍ନେସିୟମ୍ ଅଭାବର ଅନ୍ୟ ଏକ ପାର୍ଶ୍ୱ ପ୍ରତିକ୍ରିୟା ହେଉଛି ରକ୍ତରେ କ୍ୟାଲସିୟମ୍ ସ୍ତର ମଧ୍ୟ କମିଯାଏ । ତେବେ ପ୍ରତି ୧୦୦ ଗ୍ରାମ କଖାରୁ ମଞ୍ଜିରେ ୪୪୬ ମିଲିଗ୍ରାମ ମ୍ୟାଗ୍ନେସିୟମ୍ ଥାଏ । ଏହି ଉପାୟରେ ଏହା ହାଡ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ସେଥିପାଇଁ ଆପଣ ନିଜର ଖାଦ୍ୟରେ କ୍ଷୀର ଏବଂ ଭଜା କଖାରୁ ମଞ୍ଜି ମଧ୍ୟ ସାମିଲ କରିପାରିବେ, ଯାହାଫଳରେ ଆପଣ ସୁସ୍ଥ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.