Below header

ଖାଲି ମଣିଷ ନୁହନ୍ତି, ପଶୁ ପକ୍ଷୀଙ୍କ ସେବାରେ ବି ପୋଲିସ କର୍ମଚାରୀ ! ହାତ ନଥିବା ମାଙ୍କଡକୁ ଏମିତି ଖୁଆଉଛନ୍ତି କଦଳୀ

ଯେଉଁ ସମୟରେ ମଣିଷ ଟିଏ ମଣିଷର ମନ କଥା ବୁଝୁ ନାହିଁ । ସୁଖ ଦୁଃଖରେ ସାଥି ହେଉନାହିଁ । ତେବେ ଏକ ମଣିଷ ଏକ ନିର୍ବାକ ନିଶବ୍ଦ ପଶୁ ପେଟର ଭୋକ ବୁଝିବ ବା କେମିତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ନିକଟରେ ଏକ ହୃଦୟ ଛୁଇଁଲା ଭଳିଆ ଘଟଣା ସାମ୍ନାକୁ ଆସିଛି । ଯାହାକୁ ଦେଖି ହୁଏତ ଆଜିକା ମଣିଷ ମାନଙ୍କ ଚିନ୍ତାଧାରାରେ କିଛିଟା ପରିବର୍ତ୍ତନ ଆସିପାରିବ । କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ବିନା ହାତ ଥିବା ମାଙ୍କଡକୁ ଏକ ପୋଲିସ କର୍ମଚାରୀ ଖୁବ ଶ୍ରଦ୍ଧାର ସହ କଦଳୀ ଖୁଆଉଥିବାର ନଜର ଆସୁଛନ୍ତି ।

ଏହା ଏକ ହୃଦୟ ସ୍ପର୍ଶ ଭିଡିଓ ହୋଇଥିବା ବେଳେ ଏହାକୁ ଦେଖିବା ପରେ ବିଭିନ୍ନ ସୋସିଆଲ ମିଡିଆରେ ଲୋକେ ଖୁବ କମେଣ୍ଟ ଦେବାରେ ଲାଗିଛନ୍ତି । ଭିଡିଓ ଟିରେ ସବୁଠୁ ଭାବବିହ୍ୱଳ ହେଉଛିକି, ମାଙ୍କଡ ଟିର ଦୁଇଟି ଯାକ ହାତ ନାହିଁ । ଖାଲି ସେତିକି ନୁହେଁ ପୋଲିସ ଜଣଙ୍କ ନିଜ ମୁହଁରେ ମାସ୍କ ଲଗାଇ ଫୋନରେ କଥା ହେଉଥିଲେ ମଧ୍ୟ ଖୁବ ଯତ୍ନର ସହିତ ମାଙ୍କଡ ଟିକୁ କଦଳୀରୁ ଚୋପା ଛଡାଇ ଖୁଆଉଛନ୍ତି । ଏହି ଭିଡିଓ ଟିକୁ ଜଣେ ଟ୍ୱିଟର ୟୁଜର ହିଁ ନିଜ ଟ୍ୱିଟର ହ୍ୟାଣ୍ଡଲରେ ସେୟାର କରିଛନ୍ତି ।

ଭିଡିଓ ଟିକୁ ବର୍ତ୍ତମାନ ସୁଦ୍ଧା 28,000 ରୁ ଅଧିକ ଲୋକ ଦେଖିସାରିଥିବା ବେଳେ ପାଖାପାଖି 2000 ରୁ ଅଧିକ ଲୋକ ରୀଟ୍ୱିଟ କରି ସାରିଛନ୍ତି । ଏହା ସହ କିଛି ଲୋକ କମେଣ୍ଟ କରିବା ସହ ପୋଲିସ ଜଣଙ୍କର ପ୍ରଶଂସା ମଧ୍ୟ କରିଛନ୍ତି । ଦେଶ ବ୍ୟାପି ଆସନ୍ତା ମେ 3 ତାରିଖ ପର୍ଯ୍ୟନ୍ତ ଜାରି ହୋଇଥିବା ଲକ ଡାଉନ କାରଣରୁ ଗରିବଙ୍କ ଠାରୁ ଆରମ୍ଭ କରି ପଶୁ ପକ୍ଷୀଙ୍କ ପର୍ଯ୍ୟନ୍ତ ସମସ୍ତେ ଖାଦ୍ୟ ପାଇଁ ଖୁବ ଡହଳ ବିକଳ ହେଉଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.