ଲକ୍ ଡାଉନ୍ ସମୟରେ ମହାପ୍ରଭୁଙ୍କ ପାଇଁ ତୁଳସୀ ଆଣୁଛନ୍ତି ବାଙ୍କୀର ଗୁନ ବାବା, ପ୍ରତ୍ୟେକ ଦିନ ସାଇକେଲ୍‌ରେ ଯାତ୍ରା କରୁଛନ୍ତି ୨୨୦ କିମି

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଇଁ ତୁଳସୀର ଅଭାବ । ଲକଡାଉନ୍‌ ଯୋଗୁ ବିଭିନ୍ନ ସ୍ଥାନରୁ ଆସିପାରୁନି ତୁଳସୀ । ଏମିତି ସମୟରେ ବାଙ୍କୀର ଯୁବକ ଗୁନ ବାବା ଓରଫ ରତ୍ନାକର ବେହେରା ମହାପ୍ରଭୁଙ୍କ ପାଇଁ ତୁଳସୀ ଆଣିଛନ୍ତି । ପ୍ରତ୍ୟେକ ଦିନ ସାଇକେଲ୍‌ରେ ୨୨୦ କିଲୋମିଟର ଯିବା ଆସିବା କରି ବାଙ୍କୀରୁ ଆଣୁଛନ୍ତି ତୁଳସୀ । ମଧ୍ୟରାତ୍ରୀରୁ ସାଇକେଲରେ ଏକୁଟିଆ ବାଙ୍କୀରୁ ପୁରୀ ଶ୍ରୀମନ୍ଦିରକୁ ଆସୁଛନ୍ତି । ସେ ୩୧ ବର୍ଷ ଧରି ପ୍ରତ୍ୟେକ ଦିନ ବାଙ୍କୀରୁ ତୁଳସୀ ନେଇ ଗାଡିରେ ଆସୁଥିଲେ । ଲକ୍‌ଡାଉନ୍‌ ଯୋଗୁ ଏବେ ସେ ସାଇକେଲ୍‌ରେ ଆସୁଛନ୍ତି । ପୁରୀରୁ ଫେରିବା ବେଳେ ସେ ମହାପ୍ରଭୁଙ୍କ ଲାଗି ଫୁଲ, ବିଡିଆପାନ ଓ ମାଳ ମାହାର୍ଦ୍ଦ ଦେଇ ଚର୍ଚ୍ଚିକାଙ୍କ ମନ୍ଦିରକୁ ଆଣି ଫେରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.