ଏଠାରେ ସିମ୍ପାଜି ଦ୍ୱାରା କରାଯାଉଛି ସାନିଟାଇଜେସନ, ଜାଣନ୍ତୁ କାହିଁକି

ବିଶ୍ୱରେ କରୋନା ଭାଇରସର ଭୟ ବ୍ୟାପିବାରେ ଲାଗିଛି। ଏନେଇ କୌଣସି ନା କୌଣସି କୋଣରୁ ପ୍ରତ୍ୟେକ ସମୟରେ ଦୁଃଖଦ ଘଟଣା ସାମ୍ନାକୁ ଆସୁଛି। ସେହିଭଳି କରୋନା ଭାଇରସ ସହ ଜଡିତ ଏକ ଘଟଣା ସାମ୍ନାକୁ ଆସିଛି କିନ୍ତୁ ଏହି ଘଟଣା ଟିକିଏ ଭିନ୍ନ। କାରଣ ଏଠାରେ ମଣିଷ ନୁହେଁ ବରଂ ସିମ୍ପାଜି ସହ ଜଡିତ ଘଟଣା। ସୂଚନା ଅନୁଯାୟୀ ବର୍ତ୍ତମାନ ପ୍ରତ୍ୟେକ ସ୍ଥାନ ସାନିଟାଇଜ କରିବା କାମ ମଣିଷମାନେ କରୁଛନ୍ତି କିନ୍ତୁ ଥାଇଲ୍ୟାଣ୍ଡର ଏକ ପକ୍ଷୀ ଘରେ ଏହି କାମ ସିମ୍ପାଜି ଦ୍ୱାରା କରାଯାଇଛି। ଏଠାରେ ଜଣେ ସିମ୍ପାଜି ସାଇକେଲରେ ବସି ଚିଡିୟା ଘରର ଅଲଗା ଅଲଗା ସ୍ଥାନରେ ଡିସଇଫେକ୍ଟ ସ୍ପ୍ରେ କରୁଥିବାର ନଜର ଆସିଛି। ଏହି ଘଟଣା ଥାଇଲ୍ୟାଣ୍ଡର ସେମୁଟ ପ୍ରେକର୍ନ ମଗରମାଛ ଫାର୍ମର।

cch

ସୂଚନା ମୁତାବକ ଥାଇଲ୍ୟାଣ୍ଡର ଚିଡିଆଖାନାରେ ପଶୁ-ପକ୍ଷୀଙ୍କ ସ୍ଥିତି ବହୁତ ଖରାପ। ପେଟାର ପ୍ରବକ୍ତା ନିରାଳି ସାହଙ୍କ କହିବାନୁଯାୟୀ ‘ଚିଡିଆଖାନାରେ ସିମ୍ପାଜି ଏବଂ କୁମ୍ଭୀରଙ୍କ ସ୍ଥିତି ଦୟନୀୟ ରହିଛି। ଲୋକମାନଙ୍କ ମନୋରଞ୍ଜନ ପାଇଁ କେବଳ ଏମାନଙ୍କୁ ବ୍ୟବହାର କରାଯାଇଥାଏ ଏବଂ ପୁଣି ଥରେ ପିଞ୍ଜରାରେ ବନ୍ଦ କରିଦିଆଯାଇଥାଏ।

213

ସୂଚନା ମୁତାବକ ଚିଡିଆଖାନା ପ୍ରଶାସନ ଏହି ଘଟଣା ପରେ ପରିଷ୍କାର କରିଛନ୍ତି। ପ୍ରଶାସନ କହିବାନୁଯାୟୀ, ସିମ୍ପାଜି ଦ୍ୱାରା କୌଣସି ବ୍ୟବସାୟିକ ଗତିବିଧି କରାଯାଉନାହିଁ ବରଂ ତାଙ୍କୁ ଏକ୍ସରସାଇଜ କରାଯାଉଛି। କାରଣ ବର୍ତ୍ତମାନ ଚିଡିଆଖାନା ବନ୍ଦ ଏବଂ ପ୍ରତ୍ୟେକ ସ୍ଥାନ ଖାଲି ପଡ଼ିଛି। ଏଠାର ସିମ୍ପାଜିମାନେ ପ୍ରଶିକ୍ଷିତ ହୋଇଥିବାରୁ ଏମାନଙ୍କୁ ବାହାରକୁ ବାହାର କରିବାର କାରଣ ହେଉଛି ସେମାନେ ନିଜ ଚିନ୍ତା ଦୂର କରିପାରିବେ। ଏଥିସହ ସପ୍ତାହରେ ଦୁଇ ରୁ ତିନି ଥର ସଫା କରାଯାଉଥିବା ଚିଡିଆଖାନାର ପ୍ରଶାସନ ପକ୍ଷରୁ କୁହାଯାଇଛି। କାରଣ ଯେଉଁ ସମୟରେ ବି ଚିଡିଆଖାନା ଖୋଲିବାକୁ ଅନୁମତି ଦେଲେ ବି ଆମେ ପ୍ରସ୍ତୁତ ବୋଲି କହିଛି ପ୍ରଶାସନ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.