Below header

ଲୋକସଭା ପରେ ରାଜ୍ୟସଭାରେ ପାସ୍‌ ହେଲା ମୋଟର ଯାନ ସଂଶୋଧିତ ବିଲ୍‌ ୨୦୧୯

ନୂଆଦିଲ୍ଲୀ(କେନ୍ୟୁଜ୍): ଲୋକସଭା ପରେ ରାଜ୍ୟସଭାରେ ପାସ୍‌ ହେଲା ମୋଟର ଯାନ ସଂଶୋଧିତ ବିଲ୍‌ ୨୦୧୯ । ବହୁ ବିତର୍କ ପରେ ରାଜ୍ୟସଭାରେ ବିଲ୍‌ ପାସ୍‌ ହୋଇଛି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏହି ବିଲ୍‌ ଉପସ୍ଥାପନ କରିଥିଲେ । ଦେଶରେ ପ୍ରତିବର୍ଷ ପାଖାପାଖି ଦେଢ ଲକ୍ଷ ଲୋକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଉଛି । ଟ୍ରାଫିକ୍‌ ନିୟମକୁ ଅନେକ ଲୋକ ପାଳନ କରୁନାହାନ୍ତି । ତେଣୁ ମୋଟର ଯାନ ଆଇନ ୧୯୮୮କୁ ପରିବର୍ତ୍ତନ କରାଯାଇ ମୋଟର ଯାନ ସଂଶୋଧିତ ବିଲ ୨୦୧୯ ସଂସଦରେ ପାସ୍‌ ହୋଇଛି । ଏହି ଆଇନ ଅନୁସାରେ ଏବେ କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ । ନୂଆ ନିୟମ ଅନୁସାରେ ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଅଧିକ ଜରିମାନା ଦେବାକୁ ପଡ଼ିବ । ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେଲେ ୫ ହଜାର ଟଙ୍କା, ମଦ ପିଇ ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା ଜରିମାନା ଗଣିବାକୁ ପଡ଼ିବ । ସେହିପରି ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ସିଟ୍‌ ବେଲ୍ଟ ନ ପିନ୍ଧି ଗାଡ଼ି ଚଳାଇଲେ ୧୦୦ ଟଙ୍କା ଜରିମାନା ଦେବାକୁ ପଡ଼ୁଥିଲା, ଏବେ ଏହାକୁ ହଜାରେ ଟଙ୍କାକୁ ବଢାଇ ଦିଆଯାଇଛି । ସେହିପରି ଜରୁରୀକାଳୀନ ଗାଡ଼ିକୁ ରାସ୍ତା ନଛାଡିଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ପୂର୍ବରୁ ଏନେଇ କୌଣସି ନିୟମ ନଥିଲା । ହିଟ୍‌ ଆଣ୍ଡ ରନ୍‌ କେସ୍‌ରେ ସରକାର ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କ ପରିବାରକୁ ୫୦ ଜହାର ଟଙ୍କା ଦେବେ । ପୂର୍ବରୁ ଏହା ୨୫ ହଜାର ଓ ୧୨ ହଜାର ୫ ଶହ ଟଙ୍କା ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.