Below header

ରୋଗୀର ଶରୀରରୁ ବାହାର କରାଗଲା ଦୁନିଆର ସବୁଠାରୁ ବଡ଼ କିଡନୀ, ଯାହାର ଓଜନ ଦୁଇଟି ନବଜାତ ଶିଶୁଙ୍କ ଓଜନଠାରୁ ମଧ୍ୟ ଅଧିକ

ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସକମାନେ ଅପରେସନ କରି ୫୬ ବର୍ଷୀୟ ଜଣେ ବ୍ୟକ୍ତିର ଶରୀରରୁ ୭.୪ କିଲୋର କିଡ଼ନୀ ବାହାର କରାଯାଇଛି । ଏହାକୁ ଦୁନିଆର ସବୁଠାରୁ ବଡ଼ କିଡ଼ନୀ ବୋଲି ଦାବି କରାଯାଇଛି । ଆଜିସକାଳୁ ହସ୍ପିଟାଲର କର୍ମଚାରୀମାନେ ଏହି ବିଷୟରେ ସୂଚନା ଦେଇଥିଲେ ।

ଏହାସହ ପଢନ୍ତୁ: ଚନ୍ଦନ ଗଛରେ କାହିଁକି ରହିଥାନ୍ତି ସାପ ? ଜାଣନ୍ତୁ ଏହା ପଛରେ ଥିବା ରହସ୍ୟ

ସୂଚନା ଅନୁଯାୟୀ କିଡ଼ନୀ ଏତେ ବଡ ଥିଲା ଯେ ଏହା ରୋଗୀର ପେଟକୁ ସମ୍ପୂର୍ଣ୍ଣ ରୂପେ ଘେରି ରଖିଥିଲା । ପାଖାପାଖି ୨ ଘଣ୍ଟାର ସର୍ଜରୀ ପରେ ଏହି କିଡ଼ନୀକୁ ବାହାର କରାଯାଇଥିଲା । ଡାକ୍ତରଙ୍କ କହିବା ଅନୁଯାୟୀ ଏହା ଦୁଇଟି ନବଜାତ ଶିଶୁଙ୍କର ଓଜନଠାରୁ ମଧ୍ୟ ଅଧିକ ।

ସାଧାରଣତଃ କିଡ଼ନୀର ଓଜନ ପାଖାପାଖି ୧୨୦-୧୪୦ ଗ୍ରାମ ହୋଇଥାଏ କିନ୍ତୁ ଯେଉଁ କିଡ଼ନୀକୁ ବାହାର କରାଯାଇଛି ତାହାର ଆକାର ସାଧାରଣ କିଡ଼ନୀର ଆକାରଠାରୁ ୩୨ ଗୁଣା ଅଧିକ ଓ ୨୧.୮ସେଣ୍ଟିମିଟର ଥିଲା । ଅଧିକାରୀଙ୍କ କହିବା ଅନୁଯାୟୀ ଏହା ସାରା ଦୁନିଆରେ ପ୍ରଥମ ଘଟଣା ଅଟେ ଯେଉଁଥିରେ ଏତେବଡ଼ ଏକ କିଡ଼ନୀ ବାହାର କରାଯାଇଛି । ଡାକ୍ତରମାନେ କହିଥିଲେ ଯେ ଅପରେସନ ପୂର୍ବରୁ ଆମକୁ ଜଣାଥିଲା ଯେ ଏହା ଏକ ବଡ଼ କିଡନୀ ବୋଲି କିନ୍ତୁ ଆମେ କେବେ ଭାବିନଥିଲୁ ଯେ ଏହା ଆଜିପର୍ଯ୍ୟନ୍ତ ବାହାରିଥିବା ସବୁଠାରୁ ବଡ଼ ଓଜନ ଵାଲା କିଡ଼ନୀ ଅଟେ ।

ଏହାସହ ପଢନ୍ତୁ: କୁଆଁରୀ ଝିଅର ବଳି ମାଗିଥାଏ ଏହି ଅଭିଶପ୍ତ ହ୍ରଦ, ଯିଏ ବି ଏହାର ରହସ୍ୟ ଜାଣିବାକୁ ଚେଷ୍ଟା କରିଛି ତାର ହୋଇଛି ମୃତ୍ୟୁ

ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡସରେ ଦର୍ଜ ହୋଇଥିବା ସବୁଠାରୁ ଅଧିକ ବଡ଼ କିଡ଼ନୀର ଓଜନ ୪.୨୫ କିଲୋ ଥିଲା । ଏହା ବର୍ତ୍ତମାନ ପର୍ଯ୍ୟନ୍ତ ବାହାରିଥିବା ଦୁନିଆର ସବୁଠାରୁ ବଡ଼ କିଡ଼ନୀ ଥିଲା । ୨୦୧୭ ମସିହାରେ ଏହାକୁ ଚିକିତ୍ସକମାନେ ବାହାର କରିଥିଲେ ଓ ସେହି କିଡ଼ନୀ ମଧ୍ୟରେ ଟ୍ୟୁମର ଥିଲା । ସରଗଙ୍ଗା ରାମ ହସ୍ପିଟାଲର ଚିକିତ୍ସକ ମାନେ ଏହି ସର୍ଜରୀକୁ ଗିନିଜ ୱାର୍ଲଡ ରେକର୍ଡରେ ସ୍ଥାନିତ କରିବା ପାଇଁ ଯୋଜନା କରୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.