Below header

ତୁର୍କି : ଭଗ୍ନ ଅଟ୍ଟାଳିକା ତଳୁ ୩୪ ଘଣ୍ଟା ପରେ ଉଦ୍ଧାର ହେଲେ ୭୦ ବର୍ଷ ବୟସ୍କ ବୃଦ୍ଧା, କହିଲେ ଆଶା ଛାଡି ନଥିଲି

ଇଜମିର : କଥାରେ ଅଛି ‘ଯାକେ ରଖେ ସାଇଆ ମାର୍‌ ସକେ ନା କୋଇ’। ଅର୍ଥାତ୍‌ ଭଗବାନ ଯାହାକୁ ବଞ୍ଚାଇବାର ଥିବ ତା’ର କିଏ ବା କ’ଣ କରିବ । ଏପରି ଏକ ଘଟଣା ଘଟିଛି ତୁର୍କିରେ ।

ଭୟାବହ ଭୁକମ୍ପରେ ତୁର୍କିର ବହୁ ଅଟ୍ଟାଳିକା ଭାଙ୍ଗି ଥିବା ବେଳେ ବହୁ ଧନ ଜୀବନ ନଷ୍ଟ ହୋଇଛି । ଏପର୍ଯ୍ୟନ୍ତ ପ୍ରାୟ ୫୩ ଜଣ ବ୍ୟକ୍ତିଙ୍କ ପ୍ରାଣ ହାନୀ ଘଟିଥିବା ବେଳେ ୯୦୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ତେବେ ସୈାଭାଗ୍ୟ କ୍ରମେ ଅହମତ ସିତିମ ନାମକ ଜଣେ ୭୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଭୁକମ୍ପର ୩୪ ଘଣ୍ଟା ପରେ ଭଗ୍ନ ସ୍ତୁପ ତଳୁ ରବିବାର ଜୀବନ୍ତ ଭାବେ ଉଦ୍ଧାର କରାଯାଇଛି । ତାଙ୍କୁ ଏବେ ହସ୍‌ପିଟାଲରେ ଭର୍ତ୍ତି କରାଯାଥିବା ବେଳେ ସେ ସୁସ୍ଥ ଅଛନ୍ତି ।

ବୃଦ୍ଧ ବ୍ୟକ୍ତି ଜଣକ କହିଛନ୍ତି, ଭଗ୍ନ ସ୍ତୁପ ତଳେ ଥାଇ ମଧ୍ୟ ମୁଁ କେବେ ଆଶା ଛାଡି ନଥିଲି । ପ୍ରକାଶଯୋଗ୍ୟ, ଭୁକମ୍ପର ଉତ୍ପତ୍ତି ସ୍ଥଳ ୟୁନାନ ସୋମସ ଦ୍ୱୀପର ଉତ୍ତର ପୂର୍ବ ଇଜିୟନ୍‌ ସାଗରରେ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.