Below header

ଭୁଲ୍‌ରେ ନିଜ ସହରରେ ଗୋଳାବାରୁଦ ଫିଙ୍ଗିଦେଲା ରୁଷ୍‌, ସୃଷ୍ଟି ହେଲା ୬୫ ଫୁଟ୍‌ ଗଭୀର ଗର୍ତ୍ତ; ଅନେକ କ୍ଷୟକ୍ଷତି

ରୁଷ୍‌ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୧ ବର୍ଷରୁ ଅଧିକ ସମୟ ବିତିଯାଇଛି, କିନ୍ତୁ ଏ ପର୍ଯ୍ୟନ୍ତ ଶାନ୍ତି ପ୍ରତିଷ୍ଠା ହୋଇପାରି ନାହିଁ। ରୁଷ୍‌ ୟୁକ୍ରେନର ଅନେକ ସହରକୁ ଧ୍ୱଂସ କରିଦେଇଛି। କିନ୍ତୁ ଏବେ ସାମ୍ନାକୁ ଆସିଛି ଯେ ରୁଷ୍‌ ଭୁଲ୍‌ବଶତଃ ନିଜ ସହରରେ ହିଁ ଗୋଳାବାରୁଦ ଫିଙ୍ଗିଦେଇଛି।

ରୁଷ୍‌ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୧ ବର୍ଷରୁ ଅଧିକ ସମୟ ବିତିଯାଇଛି, କିନ୍ତୁ ଏ ପର୍ଯ୍ୟନ୍ତ ଶାନ୍ତି ପ୍ରତିଷ୍ଠା ହୋଇପାରି ନାହିଁ। ରୁଷ୍‌ ୟୁକ୍ରେନର ଅନେକ ସହରକୁ ଧ୍ୱଂସ କରିଦେଇଛି। କିନ୍ତୁ ଏବେ ସାମ୍ନାକୁ ଆସିଛି ଯେ ରୁଷ୍‌ ଭୁଲ୍‌ବଶତଃ ନିଜ ସହରରେ ହିଁ ବୋମା ପକାଇ ଦେଇଛି।

ରୁଷ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏକ ରୁଷୀୟ ଯୁଦ୍ଧ ବିମାନ ୟୁକ୍ରେନ ନିକଟ ନିଜ ବେଲଗୋରୋଡ ସହରରେ ଭୁଲ୍‌ରେ ଏକ ବୋମା ଫିଙ୍ଗିଦେଇଛି। ଏଥିରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଅନେକ ଅଟ୍ଟାଳିକାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି।

ମନ୍ତ୍ରଣାଳୟର ସୂଚନା ମୁତାବକ, ଗୁରୁବାର ବିଳମ୍ବିତ ରାତିରେ ବେଲଗୋରୋଡରେ ଏକ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା। ଯେତେବେଳେ ଯାଞ୍ଚ କରାଯାଇଥିଲା, ତ ଜଣାପଡିଥିଲା କି, ଏହି ବିସ୍ଫୋରଣ ଅନ୍ୟ କେହି ନୁହେଁ, ବରଂ ରୁଷୀୟ ବିମାନ ଦ୍ୱାରା ହିଁ କରାଯାଇଛି।

ବେଲଗୋରୋଡ ସହର ୟୁକ୍ରେନ ସୀମା ନିକଟରେ ଅବସ୍ଥିତ। ଏଜେନ୍ସି ମୁତାବକ, ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ରୁଷୀୟ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ SU-34 ବେଲଗୋରୋଡ ସହର ଉପରେ ଉଡୁଥିଲା, ସେତେବେଳେ ଭୁଲରେ ବିମାନଟି ଉକ୍ତ ଅଞ୍ଚଳରେ ଗୋଳାବାରୁଦ ଫିଙ୍ଗିଦେଇଥିଲା।

ବେଲଗୋରୋଡର ଆଞ୍ଚଳିକ ରାଜ୍ୟପାଳ ଭ୍ୟାଚେସ୍ଲାଭ ଗ୍ଲାଡକୋଭ କହିଛନ୍ତି, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ରାସ୍ତାରେ ୬୫ ଫୁଟ୍‌ ଗଭୀରର ଗର୍ତ୍ତ ସୃଷ୍ଟି ହୋଇଛି। ଏହି ଦୁର୍ଘଟଣାରେ ୪ କାର ଏବଂ ଅନେକ କୋଠା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କିଛି ମହିଳା ଆହତ ହୋଇଥିବା ମଧ୍ୟ ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.