ପ୍ରସାର ଭାରତୀରେ ଭିଡିଓଗ୍ରାଫର ପଦବୀ ପାଇଁ ନିଯୁକ୍ତି, ତୁରନ୍ତ କରନ୍ତୁ ଆବେଦନ

ଦୂରଦର୍ଶନରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ପ୍ରସାର ଭାରତୀରେ ଖାଲିପଡିଛି ଭିଡିଓଗ୍ରାଫର ପଦବୀ । ଇଚ୍ଛୁକ ପ୍ରାର୍ଥୀ ଭିଡିଓଗ୍ରାଫିରେ ୫ ବର୍ଷର ଅଭିଜ୍ଞତା ରଖିଥିଲେ ତୁରନ୍ତ କରନ୍ତୁ ଆବେଦନ ।

ପ୍ରସାର ଭାରତୀରେ ଚାକିରି କରିବାକୁ ଇଚ୍ଛୁକ ଥିଲେ ଆପଣଙ୍କ ପାଇଁ ଖୁସି ଖବର । ଏଠାରେ ଭିଡିଓଗ୍ରାଫର ପଦବୀ ପାଇଁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ବିଜ୍ଞାପନ ଜାରି ହେବାର ୧୫ ଦିନ ମଧ୍ୟରେ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ । ତେବେ ଏଥିପାଇଁ ୧୮ ଏପ୍ରିଲରୁ ବିଜ୍ଞାପନ ଜାରି ହୋଇଛି ।

ପଦବୀ ବିବରଣୀ : ୪୧

ଶିକ୍ଷାଗତ ଯୋଗ୍ୟତା : ଏହି ପଦ ପାଇଁ ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୨ଶ ପାସ୍‌ କରିଥିବା ଜରୁରୀ । ଏହାଛଡା ସିନେମାଟୋଗ୍ରାଫି କିମ୍ବା ଭିଡିଓଗ୍ରାଫିରେ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ ଡିଗ୍ରୀ କିମ୍ବା ଡିପ୍ଲୋମା କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୪୦ ବର୍ଷହୋଇଥିବା ଜରୁରୀ ।

ଅଭିଜ୍ଞତା : ଭିଡିଓଗ୍ରାଫର ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ଭିଡିଓଗ୍ରାଫି କିମ୍ବା ସିନେମାଟୋଗ୍ରାଫିରେ ସର୍ବନିମ୍ନ ୫ ବର୍ଷର ଅଭିଜ୍ଞତା ଥିବା ଜରୁରୀ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ୪୦ ହଜାର ମାସିକ ଦରମା ମିଳିବ ।

ନିଯୁକ୍ତି ଚୁକ୍ତିଭିତ୍ତିକ : ଯେଉଁ ପ୍ରାର୍ଥୀଙ୍କ ଚୟନ ହେବ ସେମାନଙ୍କୁ ନିଯୁକ୍ତି ୨ ବର୍ଷ ପାଇଁ ହେବ ।

ଅଧିକ ଜାଣିବା ପାଇଁଏଠାରେ କ୍ଲିକ୍‌ କରନ୍ତୁ :

https://prasarbharati.gov.in/wp-content/uploads/2023/04/165960-NIA_dated_18-04-2023-Videographer_in_DDNews.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.