ଘାଟିରୁ ଖସିଲା ଯାତ୍ରୀବାହୀ ଅଟୋ; ୨ ମୃତ , ୭ ଗୁରୁତର

କେରେଡାଙ୍ଗରୁ ନୂଆଁଗଡ ଫେରୁଥିବା ଅଟୋ ଦୁର୍ଘଟଣା ଗ୍ରସ୍ଥ। ପାଇକ ଅନ୍ତରଡା ନିକଟସ୍ଥ କେରେଡାଙ୍ଗ ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ। ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି।

ଗଜପତି (କେନ୍ୟୁଜ): କେରେଡାଙ୍ଗରୁ ନୂଆଁଗଡ ଫେରୁଥିବା ଅଟୋ ଦୁର୍ଘଟଣା ଗ୍ରସ୍ଥ। ପାଇକ ଅନ୍ତରଡା ନିକଟସ୍ଥ କେରେଡାଙ୍ଗ ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ। ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି।

ଅନୁଯାୟୀ , ଗଜପତି ଜିଲ୍ଲା ନୂଆଗଡ ବ୍ଲକ କେରେଡlଙ୍ଗ ରାସ୍ତାରେ ଘଟିଛି ଦୁର୍ଘଟଣା। ଦୁର୍ଘଟଣା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଥିବା ଜଣାପଡିଛି। ଗୁରୁତର ବାପି ସାହୁଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ମଧ୍ୟରେ ଡଲି କର ବଡପଦା ଗ୍ରାମର ହୋଇଥିବା ବେଳେ  ଅନ୍ୟ ଜଣକଙ୍କ ପରିଚୟ ବୁରେଇସଙ୍ଗୀୟା ରଇତ ନୂଆଁଗଡ ଗ୍ରାମର ବୋଲି ଜଣାପଡିଛି।

ଖବର ପାଇ ଆର. ଉଦୟଗିରି ଥାନା ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଖଜୁରୀପଦl ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ଆଜି  ଅପରାହ୍ନ ପ୍ରାୟ ସାଢେ଼ ୧୨ଟାରେ ଏକ ଅଟୋ କେରେଡାଙ୍ଗରୁ କିଛି ଯାତ୍ରୀଙ୍କୁ ନେଇ ନୂଆଗଡ ଆସୁଥିଲା । ତେବେ ଏକ ବୁଲାଣିରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡିଛି। ପୋଲିସ ଦୁଇ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.