Below header

ବ୍ଲାକ୍‌ ସି’ରେ ବୁଡ଼ିଗଲା ରୁଷର ଯୁଦ୍ଧ ଜାହାଜ ‘ମୋଷ୍କଭା’, ୫୦୦ କ୍ରିୟୁ ମେମ୍ବର ସୁରକ୍ଷିତ ଉଦ୍ଧାର

ସମୁଦ୍ରରେ ବୁଡ଼ିଗଲା ରୁଷ ଯୁଦ୍ଧ ଜାହାଜ । ବ୍ଲାକ୍‌ ସି’ରେ ବୁଡ଼ିଗଲା ମୋଷ୍କଭା ଯୁଦ୍ଧ ଜାହାଜ । ୟୁକ୍ରେନ ନେପଚ୍ୟୁନ୍‌ ମିସାଇଲରେ ହମଲା କରିଥିବା ଦାବି କରିଛି । ୟୁକ୍ରେନର ୨ ନେପଚ୍ୟୁନ୍‌ ମିସାଇଲ ମୋଷ୍କଭାକୁ ବୁଡ଼ାଇଲା । ରୁଷ ମିସାଇଲ ଆକ୍ରମଣ ଉପରେ କିଛି କହିନାହିଁ । କିନ୍ତୁ ମୋଷ୍କଭା ବୁଡ଼ି ଯାଇଥିବା ସ୍ୱିକାର କରିଛି ।

ମୋଷ୍କଭା ବୁଡ଼ିବା ରୁଷ ପାଇଁ ଏବ ବଡ଼ ଝଟକା । ୟୁକ୍ରେନ ଯୁଦ୍ଧରେ ରୁଷର ଏହା ବଡ଼ କ୍ଷତି । ଯୁଦ୍ଧ ଜାହଜା ମସ୍କୋଭା ଉପରେ ବର୍ଷିଲା ୟୁକ୍ରେନ୍‌ ମିଶାଇଲ୍‌ ନେପଚୁନ୍‌ । ଲାଗ୍‌ ଲାଗ୍‌ ଦୁଇଟି ମିଶାଇଲ ମାଡ଼ରେ ଜାହାଜରେ ବିସ୍ଫୋରଣ ହୋଇଥିଲା ।

ବୁଡ଼ି ଯାଇଥିଲା ୬୧୧ ଫୁଟ୍‌ ଲମ୍ବର ବିଶାଳ ଯୁଦ୍ଧ ଜାହାଜ । ତେବେ ଜାହାଜରେ ଥିବା ୫୦୦ କ୍ରିୟୁ ମେମ୍ବର ସୁରକ୍ଷିତ ଉଦ୍ଧାର ହୋଇପାରିଥିଲେ । ପ୍ରଥମ ଥର ପାଇଁ ରୁଷ୍‌ର ଯୁଦ୍ଧ ଜାହାଜକୁ ଉଡ଼ାଇ ଦେଇଛି ୟୁକ୍ରେନ୍‌। ବ୍ଲାକ୍‌ ସି ଫ୍ଲିଟ୍‌ର ପ୍ରମୁଖ ଯୁଦ୍ଧ ଜାହାଜ ଥିଲା ଏୟାରକ୍ରାଫ୍‌ଟ କ୍ୟାରିଅର ମସ୍କୋଭା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.