Below header

ଟ୍ବିଟରର ମାଲିକ ହେବାକୁ ଚାହୁଁଛନ୍ତି ଏଲନ୍ ମସ୍କ: ୧୦୦% ଅଂଶଧନ କିଣିବାକୁ ଦେଲେ ପ୍ରସ୍ତାବ

ସୋସିଆଲ୍‌ ମିଡିଆ ସାଇଟ ଟ୍ବିଟରକୁ କିଣିବାକୁ ଆଗ୍ରହୀ ଟେସଲାର ସିଇଓ ତଥା ବିଶ୍ୱର ସବୁଠୁ ବଡ ଧନୀ ବ୍ୟକ୍ତି କୁହାଯାଉଥିବା ଏଲନ୍ ମସ୍କ । ମସ୍କଙ୍କ ଏହି ଘୋଷଣା ପରେ ଟ୍ୱିଟର ନିବେଶକଙ୍କ ଟେନସନ ବୃଦ୍ଧି ପାଇଛି। 13D ଫାଇଲ୍ ମାଧ୍ୟମରେ ଟ୍ୱିଟରର ୧୦୦% ଅଂଶଧନ କିଣିବାକୁ ମସ୍କ ପ୍ରସ୍ତାବ ଦେଇଛନ୍ତି । ଏଥିପାଇଁ ସେ ଶେୟାର ପିଛା ନଗଦ ୫୪.୨୦ ଡଲାର (ପ୍ରାୟ ୪,୧୨୫ ଟଙ୍କା) ଦେବାକୁ ପ୍ରସ୍ତାବ ଦେଇଛନ୍ତି, ଯାହା ଟ୍ୱିଟରର ମୋଟ ସେୟାର ମୂଲ୍ୟ ପ୍ରାୟ ୪୩ ବିଲିୟନ ଡଲାର (ପ୍ରାୟ ୩ ଲକ୍ଷ କୋଟି ଟଙ୍କା) ଅଟେ।

ଏଲନଙ୍କୁ ଟ୍ବିଟର ବୋର୍ଡରେ ସାମିଲ କରାଯିବାର ପ୍ରସ୍ତାବ ଦିଆଯାଇଥିଲେ ବି ସେ ବୋର୍ଡ ସଦସ୍ୟ ହେବାକୁ ମନା କରିଦେଇଥିଲେ। ହେଲେ ଏବେ ଏଲନ ମସ୍କ ଟ୍ବିଟରର ବୋର୍ଡ ସଦସ୍ୟ ନ ହୋଇ ଏହାର ମାଲିକ ହେବାକୁ ଚାହୁଁଛନ୍ତି। ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରର ସତ୍ବାଧିକାର କିଣିବାକୁ ଏଲନ ମସ୍କ ପ୍ରସ୍ତାବ ଦେଇଛନ୍ତି।

ଟୁଇଟର କିଣିବା ପାଇଁ ଏଲନ୍ ମସ୍କ କମ୍ପାନିକୁ ଏକ ଅଫର ଦେଇଛନ୍ତି। ଟେସଲା ଫାଉଣ୍ଡର ଏଲନ ମସ୍କ ପ୍ରାୟ ୩.୨ ଲକ୍ଷ କୋଟି ଡଲାରରେ ଟ୍ୱିଟରକୁ କିଣିବାକୁ ଅଫର ଦେଇଛନ୍ତି । ଏଥିପାଇଁ ମସ୍କ ୫୪.୨୦ ଡଲାର ପ୍ରତି ଶେୟାର ହିସାବରେ କ୍ୟାଶ୍‌ ପେମେଣ୍ଟ ଦେବାକୁ ମଧ୍ୟ ପ୍ରସ୍ତୁତ । ମସ୍କ ଟ୍ୱିଟରର ଶେୟାର କିଣିବାର ପ୍ରାରମ୍ଭିକ ସମୟରେ ଏହି ଦର ୫୪ ପ୍ରତିଶତ ପ୍ରିମିୟମରେ ଥିଲା । ମସ୍କ ୟୁଏସ ସିକ୍ୟୋରିଟିଜ ଆଣ୍ଡ୍‌ ଏକ୍ସଚେଞ୍ଚ୍‌ କମିଶନ ସହିତ ଫାଇଲିଙ୍ଗରେ ଏହି ପ୍ରସ୍ତାବର ସୂଚନା ଦେଇଥିଲେ ।

ଏଲୋନ୍ ମସ୍କ କହିଛନ୍ତି, ‘ମୁଁ ଟ୍ୱିଟରରେ ବିନିଯୋଗ କରିଛି କାରଣ ମୋର ବିଶ୍ୱାସ ଯେ ପ୍ଲାଟଫର୍ମ ସର୍ବଭାରତୀୟ ସ୍ତରରେ ମୁକ୍ତ ବକ୍ତବ୍ୟ ପାଇଁ ନିର୍ମିତ ଏବଂ ମୁଁ ଖୋଲା କଥାରେ ବିଶ୍ୱାସ କରେ, ଯାହା ଗଣତନ୍ତ୍ରର କାର୍ଯ୍ୟରେ ସାହାଯ୍ୟ କରେ। ତଥାପି, ଏଥିରେ ବିନିଯୋଗ କରିବା ପରେ, ମୁଁ ଅନୁଭବ କଲି ଯେ କମ୍ପାନୀ ବର୍ତ୍ତମାନର ପରିସ୍ଥିତିରେ ନିଜର ସାମାଜିକ ଅତ୍ୟାବଶ୍ୟକତାକୁ ପ୍ରକାଶ କରିବାକୁ ସମର୍ଥ ହେବ ନାହିଁ । ଟୁଇଟରକୁ ଏକ ଘରୋଇ କମ୍ପାନୀରେ ପରିଣତ କରିବା ଆବଶ୍ୟକ’ ।

ଫଳସ୍ୱରୂପ, ମୁଁ ଟ୍ୱିଟରର ପ୍ରତିଟି ସେୟାର ପାଇଁ ୫୪.୨୦ ଡଲାର ଦେଇ ଟ୍ବିଟରର ୧୦୦% ଅଂଶଧନ କିଣିବାକୁ ଚାହୁଁଛି। ଏହି ଅଫର‌ ହେଉଛି ମୋର ସର୍ବୋତ୍ତମ ଏବଂ ଅନ୍ତିମ ଅଫର। ଯଦି ଏହା ଗ୍ରହଣ କରାଯାଏ ନାହିଁ, ତେବେ ମୁଁ ଅଂଶୀଦାର ରହିବି କି ନାହିଁ, ତାହା ଉପରେ ପୁନର୍ବିଚାର କରିବି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.