Below header

କୋକା କୋଲାକୁ ବ୍ୟାନ୍‌ ପାଇଁ ସାମାଜିକ କର୍ମୀ କରିଥିଲେ ପିଆଇଏଲ୍‌, ସୁପ୍ରିମ୍‌କୋର୍ଟ ଦେଲେ ୫ ଲକ୍ଷର ଜରିମାନା ଝଟ୍‌କା

ନୂଆଦିଲ୍ଲୀ : ଦେଶରେ କୋକା କୋଲା ଓ ପେପ୍ସି ବିକ୍ରୀ ଓ ବ୍ୟବହାର ନେଇ ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିବା ପିଟିସନ୍‌କୁ କୋର୍ଟ ଖାରଜ କରିଦେଇଛନ୍ତି । ଏଥି ସହ ପିଟିସନ୍‌ ଦାଖଲ କରିଥିବା ଜଣେ ସାମାଜିକ କର୍ମୀଙ୍କ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଜରିମାନା ଅର୍ଥ ମାସକ ମଧ୍ୟରେ ସୁପ୍ରିମ୍‌କୋର୍ଟଙ୍କ ରେକର୍ଡ ଆସୋସିଏସନ୍‌ରେ ଦାଖଲ କରିବାକୁ ଉକ୍ତ ପିଟିସନ୍‌ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମୃଦୁ ପାନୀୟ ଲୋକଙ୍କ ଶରୀର ଉପରେ କୁ ପ୍ରଭାବ ପକାଇବା ସହ ସ୍ୱାସ୍ଥ୍ୟ ହାନୀର ମୁଖ୍ୟ କାରଣ ବୋଲି ପିଟିସନ୍‌ର ଅଭିଯୋଗ କରିଥିଲେ ।

coca

ହେଲେ ପିଟ ିସନରଙ୍କ ଓକିଲ କ’ଣ ପାଇଁ କେବଳ ଏହି ଦୁଇଟି ମୃଦୁ ପାନୀୟକୁ ବନ୍ଦ କରାଯିବ ବୋଲି ଉପଯୁକ୍ତ ତଥ୍ୟ ଦାଖଲ କରି ପାରି ନଥିଲେ । କୋର୍ଟ ଆହୁରି କହିଥିଲେ ଯେ ପିଟିସନରଙ୍କ ଓକିଲଙ୍କ ପକ୍ଷରୁ ଏହି ମୃଦୁ ପାନୀୟ ସମ୍ପର୍କରେ କୈାଣସି ବିଜ୍ଞାନ ଭିତ୍ତିକ ବା ମେଡିକାଲ ଆଧାରିତ ତଥ୍ୟ ଦାଖଲ କରାଯାଇ ନାହିଁ ।

ଫଳରେ ପିଟିସନରଙ୍କ ଓକିଲ ସମ୍ବିଧାନର ଆଟିକିଲ୍‌ ୩୨ର କେବଳ ଦୂରୁପଯୋଗ କରି ନାହାଁନ୍ତି ଆଇନକୁ ପରିହାସ କରିଛନ୍ତି । ତେଣୁ ଉକ୍ତ ପିଟିସନ୍‌କୁ କୋର୍ଟ ଖାରଜ କରିବା ସହ ପିଟିସନରଙ୍କୁ ୫ ଲକ୍ଷ ଜରିମାନା କରିଛନ୍ତି । ଜଷ୍ଟିସ୍‌ ଡି ଓ୍ଵାଇ ଚନ୍ଦ୍ରଚୁଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଶୁଣାଣୀ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.