କେନ୍ଦ୍ର ସରକାରଙ୍କ ପ୍ରତି କଠୋର ହେଲେ ସୁପ୍ରିମ କୋର୍ଟ, ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଅକ୍ସିଜେନ ଯୋଗାଣ ଜାରି ରଖିବାକୁ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀ ଦିଲ୍ଲୀକୁ ଅକ୍ସିଜେନ ଯୋଗାଣ ନେଇ କେନ୍ଦ୍ର ସରକାର ପ୍ରତି ସୁପ୍ରିମ କୋର୍ଟଙ୍କ କଡ଼ା ଆଭିମୂଖ୍ୟ। ଦୈନିକ ୭ଶହ ମେଟ୍ରିକ ଟନ ଯୋଗାଣ ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କଠୋର ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ କରାନଯାଉ ବୋଲି କହିଛନ୍ତି ଖଣ୍ଡପୀଠ। ଅକ୍ସିଜେନ ଯୋଗାଣ ମାମଲାରେ କେନ୍ଦ୍ର ୭ଶହ ମେଟ୍ରିକ ଟନ ଯୋଗାଇବାରେ କେନ୍ଦ୍ର ବିଫଳ ହୋଇଥିବା ନେଇ ଦିଲ୍ଲୀ ସରକାର କେନ୍ଦ୍ରକୁ ଅବଗତ କରାଇଥିଲେ। ବୁଧବାର ମାମଲାର ଶୁଣାଣି କରି ଦିଲ୍ଲୀକୁ ଦୈନିକ ୭ଶହ ମେଟ୍ରିକ ଟନ ଅକ୍ସିଜେନ ଯୋଗାଇବାକୁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଅକ୍ସିଜେନ ଯୋଗାଣ ଜାରି ରଖିବାକୁ ସ୍ପଷ୍ଟ କରିଥିଲେ ଖଣ୍ଡପୀଠ। ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଦୈନିକ ୭ଶହ ମେଟ୍ରିକ ଟନ ଅକ୍ସିଜେନର ଆବଶ୍ୟକତା ରହିଥିବା କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଜଣାଇଥିଲେ। ଏଥିରେ କିଛି ଲୁଚାଇବାର ଚେଷ୍ଟା କରାଗଲେ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଆବଣ୍ଟନ ନେଇ କେନ୍ଦ୍ର ସରକାର ଜଣାଇବାକୁ ବାଧ୍ୟ ବୋଲି କହିଥିଲେ ଖଣ୍ଡପୀଠ। ଆବଶ୍ୟକ ପରିମାଣର ଅକ୍ସିଜେନ ଉପଲବ୍‌ଧ ହେଲେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ୯ହଜାରରୁ ସାଢେ ୯ହଜାର ବେଡ କରାଯାଇପାରିବ ବୋଲି ଦିଲ୍ଲୀ ସରକାର ସୁପ୍ରିମ କୋର୍ଟଙ୍କୁ ଜଣାଇଥିଲେ।