Below header

ଓଡ଼ିଶାରେ କୋଭିଡ ଟିକା ଆଦୌ ନଷ୍ଟ ହେଉନାହିଁ, କେନ୍ଦ୍ର ଅନୁଦାନଠାରୁ ରାଜ୍ୟ ଅଧିକ ଡୋଜ୍‌ ବ୍ୟବହାର କରୁଛି

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ କୋଭିଡ ଭ୍ୟାକସିନ୍‌ ନଷ୍ଟ ସଂଖ୍ୟା ଜିରୋ। ଓଡ଼ିଶାରେ କୋଭିଡ ଟିକା ଆଦୌ ନଷ୍ଟ ହେଉନାହିଁ । କେନ୍ଦ୍ର ଆବଣ୍ଟିତ ଡୋଜ୍‌ ଠାରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଉଛି । ପ୍ରତି ଭାଏଲରେ ୱେଷ୍ଟେଜ ଭାବେ ଥିବା ଅଧିକ ଡୋଜ୍‌କୁ ବି ବ୍ୟବହାର କରାଯାଉଛି । ଏଥିପାଇଁ ସବୁ ସ୍ୱାସ୍ଥ୍ୟକର୍ମୀ ଓ ନର୍ସଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭ୍ୟାକସିନ୍‌ ଦେଇ ପ୍ରତିଟି ମୂଲ୍ୟବାନ ଜୀବନ ବଞ୍ଚାଉଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରିଛନ୍ତି ନବୀନ । ୬୧ ଲକ୍ଷ ୪୪ ହଜାର ୧୪୦ ଡୋଜ୍‌ କେନ୍ଦ୍ର ପଠାଇଥିଲା । ସେପଟେ ଲାକ୍ଷାଦୀପ, ତାମିଲନାଡୁ ଓ ଆସାମରେ ଅଧିକ ଭ୍ୟାକସିନ୍‌ ନଷ୍ଟ ହୋଇଛି । ଲାକ୍ଷାଦୀପରେ ୯.୭୬ ପ୍ରତିଶତ, ତାମିଲନାଡୁ ୮.୮୩ ପ୍ରତିଶତ ଓ ଆସାମରେ ୭.୭୦ ପ୍ରତିଶତ ଭ୍ୟାକସିନ୍‌ ନଷ୍ଟ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.