ସାମାନ୍ୟ ବତକ ଟିକୁ ଡରାଇ ପାରିଲେନି ମହାବଳ ବାଘପଲ, ଦେଖନ୍ତୁ ଭିଡିଓ

ସ୍ୱଭାବ ଦୃଷ୍ଟିରୁ ଦେଖିଲେ ବତକ ଓ ବାଘ ମଧ୍ୟରେ ଅନେକ ଅନ୍ତର ଅଛି । ଯଦି ଗୋଟେ ବାଘ ଚାହିଁବ ତେବେ ୧୦ ରୁ ୨୦ ବତକକୁ ଏକା ସାଥିରେ ମାରି ଖାଇଦେଇ ପାରିବ । ତେଣୁ ସାମ୍ନାକୁ ବାଘ ଟିଏ ଆସିଲେ ବତକ ଭୟ କରିବା ସଵଭାବିକ । ଆଗରେ ବାଘ ପଲ ଥିଲେ ମଧ୍ୟ ବତକ ଟିଏ ଚତୁରତାର ସହ ତା କବଳରୁ ଯେ ନିଜକୁ ବଂଚେଇ ଦେଇ ପାରିବ ଏ ଦୃଶ୍ୟକୁ ହୁଏତ ଯିଏ ନିଜ ଆଖିରେ ନ ଦେଖିବ ବିଶ୍ୱାସ କରିପାରିବ ନାହିଁ । ଆପଣ ବି ଏହି ଦୃଶ୍ୟକୁ ଦେଖି ପ୍ରଶଂସା ନକରି ରହି ପାରିବେ ନାହିଁ । ତେବେ ଥରେ ଏହି ଭିଡିଓ ଉପରେ ନଜର ପକାନ୍ତୁ । ଆଉ କହିଥିବା କଥା ନିଜ ଆଖିରେ ଦେଖି ବିଶ୍ୱାସ କରନ୍ତୁ ।

ପ୍ରଥମ ଦୃଶ୍ୟ: ଗୋଟେ ଛୋଟ ପୋଖରୀରେ ଗୋଟିଏ ବାଘ ଆଉ ଗୋଟିଏ ବତକ ଅଛନ୍ତି । ଭୋକିଲା ବାଘ କବଳରୁ ନିଜକୁ ରକ୍ଷା କରିବା ପାଇଁ ଏକ ଅଜବ ତରିକା ଖୋଜି ବାହାର କରିଛି ବତକଟି । ବିରାଟକାୟ ମହାବଳ ବାଘ ତା ଉପରେ ଲକ୍ଷ ରଖିଥିଲେ ସୁଦ୍ଧା ଆଖି ପିଛୁଳାକେ ପାଣିରେ ପଶି ଯାଉଛି | ପାଣି ଭିତରେ ବାଘ ମାମୁଁ ସହ ଲୁଚକାଳି ଖେଳିଚାଲିଛି । ବତକ ଟିର ଚାଲାକିକୁ ଠାବ କରିପାରୁନାହାନ୍ତି ବାଘ ମାମୁଁ । ଏମିତି ହେଉଛି କାରଣ ବତକ ପାଖରେ ଯୋଉ ଟ୍ରିକ ଟି ଅଛି ବାଘ ପାଖରେ ନାହିଁ ।

ଏମିତି ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଛି । କିନ୍ତୁ ସେଠି ବାଘ ନୁହେଁ ବାଘ ପଲ ଅଛନ୍ତି । ସେଠି ବି ନଡରି ବତକଟି ବାଘ ପଲଙ୍କ ନଜରରୁ ଖସି ଚାଲିଛି | ଏହି ଦୁଇ ଭିଡିଓକୁ ଦେଖିଲେ ଜାଣି ହେବ ଯେ ପ୍ରତ୍ୟକ ଯୁଦ୍ଧକୁ ବାହୁ ବଳରେ ନୁହେଁ ବୁଦ୍ଧି ବଳରେ ଜିତାଯାଇ ପାରିବ । ପ୍ରଥମ ଟିକୁ ଆଇଏଫଏସ ରାହୁଲ ଯାଦବ ସେୟାର କରିଥିବା ବେଳେ ଦ୍ଵିତୀୟଟିକୁ ଟ୍ୱିଟରରେ ଛାଡିଛନ୍ତି ରମେଶ ପାଣ୍ଡେ ନାମକ ଜଣେ ବ୍ୟକ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.