Below header

ଚଙ୍କି ପାଣ୍ଡେଙ୍କୁ ଜଣେ ବିଜନେସମ୍ୟାନଙ୍କ ଅନ୍ତିମ ସଂସ୍କାରରେ କାନ୍ଦିବା ପାଇଁ ଅଫର କରାଯାଇଥିଲା ମୋଟା ଫି’, ପଛରେ ଥିଲା ଆଶ୍ଚର୍ଯ୍ୟ କଲା ଭଳି କାରଣ

ବିବାହ, ଗ୍ରାଣ୍ଡ ବାର୍ଥ ଡେ’ ଭଳି କେତେକ ଇଭେଣ୍ଟରେ ବଲିଉଡ ସେଲିବ୍ରିଟିମାନେ ପରଫର୍ମାନ୍ସ ଦେଉଥିବାର ଦେଖାଯାଇଥାଏ। ଏ ବିଷୟରେ ଅନେକ ଷ୍ଟାର ଖୋଲିକି କଥା ହୋଇସାରିଛନ୍ତି। କିନ୍ତୁ ଅଭିନେତା ଚଙ୍କି ପାଣ୍ଡେଙ୍କୁ ଏମିତି ଏକ ଇଭେଣ୍ଟରେ ପରଫର୍ମାନ୍ସ କରିବାକୁ ନିମନ୍ତ୍ରଣ ମିଳିଛି, ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଖୋଦ ଚଙ୍କି ବି ମାନିଛନ୍ତି କି, ଏହି ଅଫର ମିଳିବା ପରେ ସେ ପାଖାପାଖି ବେହୋଶ ହୋଇଯାଇଥିଲେ। ଏହା କୌଣସି ସେଲିବ୍ରେସନର ନୁହେଁ, ବରଂ ଶୋକ ପ୍ରକାଶନ ପାଇଁ ନିମନ୍ତ୍ରଣ ଥିଲା। ଆଉ ଏଥିପାଇଁ ତାଙ୍କୁ ମୋଟା ରକମ ଟଙ୍କା ଦିଆଯାଉଥିଲା। ତାଙ୍କୁ ଜଣେ ବିଜନେସମ୍ୟାନଙ୍କ ଅନ୍ତିମ ସଂସ୍କାରରେ କାନ୍ଦିବା ଏବଂ ଶୋକ ପ୍ରକାଶ କରିବାର ଥିଲା।

ଏହି ଅଜବ ନିମନ୍ତ୍ରଣ ବିଷୟରେ ଚଙ୍କି ଏକ ଇଣ୍ଟରଭ୍ୟୁ ସମୟରେ ଖୁଲାସା କରିଛନ୍ତି। ଚଙ୍କି କହିଛନ୍ତି କି, ୨୦୦୯ରେ ମୁଲୁନ୍ଦର ଏକ ବିଜନେସ ପରିବାର ତାଙ୍କ ଦାୟାଦଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ତାଙ୍କୁ ଅନୁରୋଧ କରିଥିଲେ। ଯେପରି ସେମାନେ ନିଜ ଅତିଥିମାନଙ୍କୁ ଇଂପ୍ରେସ କରିପାରିବେ କି, ବିଜନେସମ୍ୟାନ ଫିଲ୍ମରେ ବି ଇନଭେଷ୍ଟ କରିଛନ୍ତି ଏବଂ ଏଥିପାଇଁ ସେମାନେ ଲୋନ ଭରଣା କରିପାରିବେ ନାହିଁ।

ଚଙ୍କି ଆହୁରି କହିଥିଲେ, ‘ସେମାନେ ଚାହୁଁଥିଲେ କି, ମୁଁ ଅଳ୍ପ ବହୁତ କାନ୍ଦେ ଏବଂ ପୂରା ଅନ୍ତିମ ସଂସ୍କାର ସମୟରେ ଏକ କୋଣରେ ଚୁପଚାପ ଛିଡ଼ା ହୁଏ। ସେମାନଙ୍କର କହିବା ଥିଲା କି, ସେମାନଙ୍କୁ କରଜ ଦେଇଥିବା ଲୋକଙ୍କୁ ଏହା ଅନୁଭବ ହେଉ ଯେ ବିଜନେସମ୍ୟାନ କିଛି ଅଭିନେତାଙ୍କ ସହିତ ମିଶି ଏକ ଫିଲ୍ମ କରିବାର ଥିଲା’। ତେବେ ଏ ସବୁ ପାଇଁ ଚଙ୍କିଙ୍କୁ ୫ ଲକ୍ଷ ଟଙ୍କା ଅଫର କରାଯାଇଥିଲା।

ଚଙ୍କି ଏହି ଅଫରକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। କିନ୍ତୁ ପରିବାରର ଅବସ୍ଥା ଦେଖି ସେ ନିଜ ଜାଗାରେ ଅନ୍ୟ ଜଣଙ୍କୁ ପଠାଇଥିଲେ। ସେ ଯାହାଙ୍କୁ ସେଠାକୁ ପଠାଇଥିଲେ, ସେ ଖୁସି ଖୁସିରେ ଉକ୍ତ ଇଭେଣ୍ଟକୁ ଯୋଗଦେବାକୁ ଚାଲିଯାଇଥିଲେ। କାହିଁକିନା, କେବଳ ଛିଡ଼ା ହେବା ପାଇଁ ୫ ଲକ୍ଷ ଟଙ୍କା କୌଣସି ଛୋଟ ରକମ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.