Below header

ମୋଦି ସର୍‌ନେମ ମାମଲା : ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି, ସେସନ୍‌ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ଲଗାଇଲେ ରୋକ

ମୋଦି ସର୍‌ନେମ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପରେ କଂଗ୍ରେସ୍‌ରେ ସେଲିବ୍ରେସନ୍‌ । ଓଡ଼ିଶା ସମେତ ଦେଶବ୍ୟାପୀ କଂଗ୍ରେସ କର୍ମୀ ଓ ନେତା ସେଲିବ୍ରେସନ୍‌ କରୁଛନ୍ତି ।

ମୋଦି ସର୍‌ନେମ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପରେ କଂଗ୍ରେସ୍‌ରେ ସେଲିବ୍ରେସନ୍‌ । ଓଡ଼ିଶା ସମେତ ଦେଶବ୍ୟାପୀ କଂଗ୍ରେସ କର୍ମୀ ଓ ନେତା ସେଲିବ୍ରେସନ୍‌ କରୁଛନ୍ତି । ଆଜି ଅପରାଧିକ ମାନହାନୀ ମାମଲାରେ ସୁରତ ସେସନ୍‌ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଦଣ୍ଡାଦେଶ ଉପରେ ରୋକ ଲାଗିଥିବାରୁ ଲୋକସଭା ସଭ୍ୟ ପଦ ଫେରି ପାଇବେ ରାହୁଲ ଗାନ୍ଧି । ପାର୍ଲାମେଣ୍ଟ ଫେରିବା ରାସ୍ତା ବି ଖୋଲିଛି । ଏବେ ନିର୍ବାଚନ ମଧ୍ୟ ଲଢିପାରିବେ । ସୁପ୍ରିମକୋର୍ଟ କହିଛନ୍ତି, ରାହୁଲ ଗାନ୍ଧିଙ୍କ ଆବେଦନର ଶୁଣାଣି ଶେଷ ନହେବା ଯାଏ ଦଣ୍ଡାଦେଶ ଉପରେ ରୋକ ଜାରି ରହିବ । ସୁପ୍ରିମକୋର୍ଟ ଦଣ୍ଡାଦେଶ ଉପରେ ରୋକ ଲଗାଇ ନଥିଲେ ୨୦୨୪ ନିର୍ବାଚନ ସେ ଲଢ଼ି ପାରି ନଥାଆନ୍ତେ ।

ସେପଟେ ଦଣ୍ଡାଦେଶ ଉପରେ ରୋକ ପରେ ରାହୁଲ କହିଛନ୍ତି ସତ୍ୟର ବିଜୟ ହେବାର ହିଁ ଥିଲା ।  ୨୦୧୯ ସାଧାରଣ ନିର୍ବାଚନ ବେଳେ କର୍ଣ୍ଣାଟକ କୋଲାରରେ ମୋଦି ସାଙ୍ଗିଆକୁ ନେଇ ରାହୁଲଙ୍କ ବୟାନ ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ବିଧାୟକ ପୂର୍ଣ୍ଣେଶ ମୋଦୀଙ୍କ ଆବେଦନର ଶୁଣାଣି କରି ସୁରତ ସିଜେଏମ କୋର୍ଟ ରାହୁଲଙ୍କୁ ୨ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ।

ଗୁଜରାଟ ହାଇକୋର୍ଟ ମଧ୍ୟ ତଳକୋର୍ଟଙ୍କ ରାୟ କାଏମ ରଖିଥିଲେ । ଗୁଜରାଟ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ରାହୁଲ । ରାହୁଲଙ୍କୁ ସର୍ବାଧିକ ଦଣ୍ଡାଦେଶ କାହିଁକ ଦିଆଯିବ ସେନେଇ ଟ୍ରାଏଲ କୋର୍ଟ କାରଣ ଦର୍ଶାଇ ପାରିନାହାନ୍ତି । ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶନାମା ପରେ କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ଖୁସିର ଲହରି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.