ବିଜେବି କଲେଜରେ ଗୋଷ୍ଠୀ ସଂଘର୍ଷ, ୩ ଛାତ୍ର ଆହତ

ପୁଣି ଅଶାନ୍ତ ବିଜେବି କଲେଜ । ଭୁବନେଶ୍ୱର ବକ୍ସି ଜଗବନ୍ଧୁ ବିଦ୍ୟାଧର କଲେଜରେ ଗୋଷ୍ଠୀ ସଂଘର୍ଷ। କମେଣ୍ଟମରାକୁ କେନ୍ଦ୍ର କରି ଆକ୍ରମଣରେ ୩ ଜଣ ଛାତ୍ର ଆହତ ହୋଇଛନ୍ତି ।

ପୁଣି ଅଶାନ୍ତ ବିଜେବି କଲେଜ । ଭୁବନେଶ୍ୱର ବକ୍ସି ଜଗବନ୍ଧୁ ବିଦ୍ୟାଧର କଲେଜରେ ଗୋଷ୍ଠୀ ସଂଘର୍ଷ। କମେଣ୍ଟମରାକୁ କେନ୍ଦ୍ର କରି ଆକ୍ରମଣରେ ୩ ଜଣ ଛାତ୍ର ଆହତ ହୋଇଛନ୍ତି । ଜଣେ ଯୁକ୍ତ ୩ ଛାତ୍ର ଓ ପ୍ଲସ ଟୁର ଦୁଇ ଜଣ ଛାତ୍ର ଆହତ ହୋଇଛନ୍ତି । ଆମ୍ବେଦକର ହଷ୍ଟେଲ ଛାତ୍ର ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି ।

ଏନେଇ ଦୁଇ ଗୋଷ୍ଠୀ ପକ୍ଷରୁ ବଡ଼ଗଡ଼ ଥାନାରେ ଏତଲା ଦିଆଯାଇଛି । ଗତକାଲିର କମେଣ୍ଟମରା ଘଟଣା ସଂପର୍କରେ ପ୍ରିନ୍ସିପାଲଙ୍କୁ ଜଣାଇବାରୁ ଏହି ଆକ୍ରମଣ କରାଯାଇଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ପୋଲିସ । ଗଣ୍ଡଗୋଳ ଘଟଣାରେ ଯିଏ ବି ସମ୍ପୃକ୍ତ ଥିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.