Below header

ଦେଖିଛନ୍ତି କି ଈଶ୍ୱରଙ୍କ ଅସଲ ଚେହେରା, ଆପଣ ବି ମିଳାଇ ନିଅନ୍ତୁ ବୈଜ୍ଞାନିକମାନେ ଆଙ୍କିଥିବା ଚିତ୍ର ସହ ସମାନ କି ?

ଆମ ହିନ୍ଦୁ ଧର୍ମରେ ଅଧିକାଂଶ ହେଉଛନ୍ତି ଈଶ୍ୱର ବିଶ୍ୱାସୀ । ତେବେ ଯଦିଓ ଆମେ ବିଭିନ୍ନ ଦେବାଦେବୀଙ୍କୁ ପୂଜା କରିଥାଉ ତେବେ ମୂଳ ଭଗବାନ କିଏ ଓ ତାଙ୍କର ସ୍ୱରୂପ କଣ ଏକଥା ହୁଏତ କେହି କହି ପାରିବେ ନାହିଁ । ହେଲେ କିଛି ଦିନ ତଳେ ଆମେରିକାର କେତେଜଣ ବୈଜ୍ଞାନିକ ଦାବି କରିଛନ୍ତି କି ସେମାନେ ଭଗବାନଙ୍କ ଚେହରା କେମିତି ତାହା ଜାଣି ପାରିଛନ୍ତି । ସେହି ଅନୁସାରେ ଏକ ଚିତ୍ର ମଧ୍ୟ ଅଙ୍କା ଯାଇଛି । ଯାହାକୁ ଦେଖି ଅନ୍ୟ ଦେଶର ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ଯାହା ସୂଚନା ରହିଛି ଆମେରିକାର କେତେକ ବୈଜ୍ଞାନିକ ଏବଂ ମନୋବିଜ୍ଞାନୀ ୫୧୧ ଜଣ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ସହାୟତା ନେଇଥିଲେ । ଈଶ୍ୱରଙ୍କୁ ସେମାନେ କିଭଳି ପରିକଳ୍ପନା କରିଛନ୍ତି ଏବଂ କିଏ କିଭଳି ଭାବେ ଦେଖିଛନ୍ତି ତା ଉପରେ ରିସର୍ଚ୍ଚ କରାଗଲା । ପରେ ନର୍ଥ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଚାପେଲ ହିଲ୍‌ ଠାରେ ଏକ ଚିତ୍ର ଅଙ୍କା ଗଲା । ବିଭିନ୍ନ ଲୋକଙ୍କ ବର୍ଣ୍ଣନାକୁ ଆଧାର କରି ଏହି ଚିତ୍ର ତିଆରି କରାଯାଇଛି । ତେବେ ଗବେଷଣାରୁ ଜଣାପଡ଼ିଲା ଯେ ଇଶ୍ୱରଙ୍କ ଚେହେରା ଯୁବକ ଭଳି ।

ଅବଶ୍ୟ ଅନ୍ୟ କେତେକ ବ୍ୟକ୍ତି ତାଙ୍କୁ ଛୋଟିଆ ମହିଳା ଭାବେ ଦେଖିଥିବା କହିଛନ୍ତି । ତେବେ ଈଶ୍ୱରଙ୍କ ଏହି ଚିତ୍ରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.