Below header

ଆଜିଠାରୁ ଦେଶବ୍ୟାପୀ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍‌ ଟିକାକରଣ, ସାମିଲ ହେବେ ଘରୋଇ ହସ୍ପିଟାଲ

ଭୁବନେଶ୍ବର : ଆଜିଠାରୁ ଦେଶବ୍ୟାପୀ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍‌ ଟିକାକରଣ । ୬୦ବର୍ଷରୁ ଅଧିକ ବୟସ୍କଙ୍କ ସହ ବହୁବିଧ ରୋଗରେ ପୀଡ଼ିତ ୪୫ ବର୍ଷରୁ ୫୯ବର୍ଷ ବ୍ୟକ୍ତିଙ୍କୁ ଦିଆଯିବ ଟିକା । ତେବେ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କୁ ଡାକ୍ତରୀ ସାର୍ଟିଫିକେଟ ଦେବାକୁ ହେବ। କୋ ଓ୍ଵିନ୍‌ ୨.୦ରେ ଏହାକୁ ଅପଲୋଡ୍‌ କରିହେବ କିମ୍ବା ଟିକାକରଣ କେନ୍ଦ୍ରରେ ସାଙ୍ଗରେ ଆଣି ଆସିପାରିବେ ।

ଯେଉଁମାନେ ପୋର୍ଟାଲରେ ପଞ୍ଜିକରଣ କରିନଥିବେ ସେମାନେ ଟିକାକରଣ କେନ୍ଦ୍ରରେ ପଞ୍ଜିକରଣ କରି ସଙ୍ଗେ ସଙ୍ଗେ ନେଇପାରିବେ । ସାଙ୍ଗରେ ଆଣିବେ ପରିଚୟପତ୍ର । ଆଜି ସକାଳ ୯ଟାରୁ କୋ ଓ୍ଵିନ୍‌ରେ ପଞ୍ଜିକରଣ ଆରମ୍ଭ ହେବ । ବୟସ୍କଙ୍କ ଟିକାକରଣକୁ ଅଭିଯାନକୁ ସଫଳ କରିବା ପାଇଁ ଆଶା, ଏଏନଏମ୍‌, ପଞ୍ଚାୟତ ପ୍ରତିନିଧି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିୟୋଜିତ ହେବେ । ଟିକା ନେବା ବ୍ୟକ୍ତି ସ୍ଥିର କରିବେ କେଉଁ ସେଣ୍ଟରରେ ଟିକା ନେବେ । ସରକାରୀ ସେଣ୍ଟରରେ ମାଗଣା ଓ ଘରୋଇ ଟିକାକରଣ କେନ୍ଦ୍ରରେ ଡୋଜ୍‌ ପ୍ରତି ୨୫୦ଟଙ୍କା ଦେଇ ଟିକା ନେବେ । ଦେଶରେ ୧୦ ହଜାରରୁ ଅଧିକ ଘରୋଇ ହସ୍ପିଟାଲ ଟିକାକରଣ ୨.୦ରେ ସାମିଲ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.