Below header

ସୀମାରେ ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ, ଜଣେ ଯବାନ ସହିଦ

ସୀମାରେ ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ। ନିୟନ୍ତ୍ରଣ ରେଖାର ସୁନ୍ଦରବଣୀ ସେକ୍ଟରରେ ପାକିସ୍ତାନର ଗୁଳିମାଡ଼ରେ ଜଣେ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନ ହେଲେ ୟଶ ପଲ୍‌। ସେପଟେ କାଶ୍ମୀର ତିନିଟି ସ୍ଥାନରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି। ଉତ୍ତର କଶ୍ମୀରର ସୋପୋରର ବାରପୋରା ଅଞ୍ଚଳରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ଼ରେ ୩ଜଣ ପୋଲିସ ଗୁରୁତର ହୋଇଛନ୍ତି। ବାରାପୋରାର ଏକ ଘରେ ଆତଙ୍କବାଦୀ ଲୁଚିଥିବା ଖବର ପାଇ ତଲାସୀ ଅଭିଯାନ ଚାଲିଥିବା ବେଳେ ହଠାତ ଆତଙ୍କବାଦୀମାନେ ଗ୍ରେନେଡ ମାଡ କରିଥିଲେ। ବାରାମୁଲା ଓ ବାନ୍ଦିପୁରାରେ ମଧ୍ୟ ମୁହାଁମୁହିଁ ହୋଇଛନ୍ତି ଆତଙ୍କବାଦୀ ଓ ସୁରକ୍ଷାକର୍ମୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.