Below header

ମ୍ୟାଚରେ ଦର୍ଶକଙ୍କ ମନଙ୍କୁ ମନୋରଞ୍ଜନ କରୁଥିବା ଚିୟର ଗାର୍ଲ୍ସ କେତେ ନିଅନ୍ତି ପାରିଶ୍ରମିକ କଣ ଆପଣ ଜାଣନ୍ତି ?

ଆଇପିଏଲ ସିଜନ-୧୨ ଆସନ୍ତା ମାର୍ଚ୍ଚ ୨୩ରେ ହେବାକୁ ଯାଉଛି। ଏବେ ସବୁଆଡେ ଟିମ ଏବଂ ସେମାନଙ୍କ ଖେଳାଳୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେହିଭଳି ସବୁ ବର୍ଷ ନିଜ ଡ୍ୟାନ୍ସ ଏବଂ ମସ୍ତିରେ ଆଇପିଏଲକୁ ସୁପରହିଟ କରୁଥିବା ଚିୟରଗାର୍ଲ୍ସ ମଧ୍ୟ ପ୍ରସ୍ତୁତ ହୋଇସାରିଲେଣି। ତେବେ ଆସନ୍ତୁ ଏହି ଖବରରୁ ଜାଣିବା ଚିୟରଗାର୍ଲ୍ସଙ୍କ ପାରିଶ୍ରମିକ କେତେ ହୋଇଥାଏ।

ଚିୟରଗାର୍ଲ୍ସଙ୍କ ଦରମା କେତେ? ସେମାନଙ୍କୁ ଗୋଟିଏ ମ୍ୟାଚରେ କେତେ ଟଙ୍କା ଦିଆଯାଇଥାଏ। କେଉଁ ଟିମ ତାଙ୍କୁ ଅଧିକ ଟଙ୍କା ଦେଇଥାନ୍ତି ? ତେବେ ଏସବୁ ବିଷୟରେ ଆସନ୍ତୁ ଜାଣିବା।

the-salaries-of-ipl-cheerleadersରିପୋର୍ଟ ଅନୁଯାୟୀଚିୟରଗାର୍ଲ୍ସଙ୍କୁ ସବୁ ମ୍ୟାଚରେ ୬୦୦୦ ଟଙ୍କା ପ୍ରତି ମ୍ୟାଚ ପିଛା ଦିଆଯାଏ। ଏହାସହିତ ମ୍ୟାଚ୍ ଜିତିଲେ ଚିୟରଗାର୍ଲ୍ସଙ୍କୁ ୩୦୦୦ଟଙ୍କା ଏବଂ ଏହା ସହିତ ବୋନସ ମଧ୍ୟ ଦିଆଯାଏ। ଏହାଛଡା ଫ୍ରାଚାଇଂଜଙ୍କ ତରଫରୁ ଆୟୋଜିତ ପାର୍ଟୀ ଏବଂ ଆପିୟରେନ୍ସରୁ ଅଲଗା ଟଙ୍କା ମିଳିଥାଏ।

ଏହା ସହିତ ପଢ଼ନ୍ତୁ :ଦର୍ଶକ ହେଲେ ଭାବପ୍ରବଣ , ଯେବେ ଶେଷ ଥର ପାଇଁ WWE ରିଂଗରେ ନଜର ଆସିଲେ ‘The Shield’

ପାର୍ଟୀରେ ଅଲଗା ଭାବରେ ପରଫର୍ମ କରିବା ପାଇଁ ୫୦୦୦ ଟଙ୍କାରୁ ନେଇ ୧୨୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିଥାଏ। ସେହିଭଳି ଚିୟରଗାର୍ଲ୍ସଙ୍କୁ ଅଲଗା ଭାବରେ ୫୦୦୦ ଟଙ୍କା ଫଟୋଶୁଟ୍ ପାଇଁ ଦିଆଯାଇଥାଏ।

cheer_girlରିପୋର୍ଟ ଅନୁଯାୟୀ କୋଲକାତା ନାଇଟ ରାଇଡର୍ସ ଚିୟରଗାର୍ଲଙ୍କୁ ସବୁଠୁ ଅଧିକ ଟଙ୍କା ମିଳିଥାଏ। କେକେଆର ଗତ ବର୍ଷ ଚିୟର ଗାର୍ଲ୍ସଙ୍କୁ ଫିସରେ ୧୦% ରୁ ୨୦% ବଢ଼ାଇଥିଲା।

ନିଶ୍ଚିତ ପଢ଼ନ୍ତୁ :IPL ଇତିହାସର ସବୁଠାରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ, ଯାହାଙ୍କ ସହ ଖେଳିବାକୁ ଭୟ କରନ୍ତି ବୋଲର୍

କେକେଆର ଚିୟରଗାର୍ଲ୍ସଙ୍କୁ ସବୁ ମ୍ୟାଚରେ ସବାର୍ଧିକ ୧୨ ହଜାର ଟଙ୍କା ଦିଆଯାଇଥାଏ। କେକେଆର ପରେ ରୟାଲ ଚ୍ୟାଲଞ୍ଜସ ବ୍ୟାଙ୍ଗଲୋର ଚିୟରଗାର୍ଲ୍ସଙ୍କୁ ୧୦୦୦୦ ଟଙ୍କା ଲେଖାଏଁ ପ୍ରତିମାସ ଦେଇଥାଏ।

chher_girlମ୍ୟାଚ୍ ଫିସ ବ୍ୟତୀତ ସବୁ ଟିମ ବୋନସ ରୂପରେ ୩୦୦୦ ଟଙ୍କା ମଧ୍ୟ ଦେଇଥାନ୍ତି। ସେହିଭଳି ମୁମ୍ବାଇ ଲିଡର୍ସର ଚିୟର ଗାର୍ଲ୍ସଙ୍କୁ ୭୦୦୦ ରୁ ୮୦୦୦ ଟଙ୍କା ପ୍ରତି ମ୍ୟାଚ୍ ମିଳିଥାଏ। ଏହାସହିତ ତାଙ୍କ ପାରିଶ୍ରମିକ ମଧ୍ୟ ମ୍ୟାଚ ଫିସ ଆଧାରରେ ନିର୍ଣ୍ଣୟ କରାଯାଇଥାଏ।
ଏହି ରିପୋର୍ଟ ଆଇପିଏଲ ସିଜନ-୧୦ ଆଧାରରେ କରାଯାଇଥିଲା। ସବୁ ସିଜନରେ ଏହା ୧୦ ରୁ ୨୦ ପ୍ରତିଶତ ବଢ଼ିଥାଏ। ଏହି ରାଶି ସବୁ ମ୍ୟାଚରେ ବଢ଼ିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.